ଜୀନତ୍ ବାଘୁଣୀ ମାମଲା: ନିଜେ ସବୁ କ୍ରେଡିଟ୍ ନେଇଗଲେ ମମତା

ଜୀନତ ଟ୍ରାଙ୍କିଲାଇଜେସନ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ନିଜର ପ୍ରତିକ୍ରିୟା ଲେଖିଛନ୍ତି । ସେ ଏଥିପାଇଁ ପଶ୍ଚିମବଙ୍ଗ ବନବିଭାଗ, ପୁଲିସ ଓ ଲୋକମାନଙ୍କୁ କ୍ରେଡିଟ ଦେଇଥିବାବେଳେ ଓଡ଼ିଶା ବନ ବିଭାଗକୁ ଭୁଲିଯାଇଛନ୍ତି ।

mamata1

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନତ ରବିବାର ଟ୍ରାଙ୍କୁଲାଇଜ ହୋଇଛି। ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ପଶ୍ଚିମବଙ୍ଗ ବନ ବିଭାଗ ସହଯୋଗରେ ଓଡ଼ିଶାରୁ ଯାଇଥିବା ସ୍ବତନ୍ତ୍ର ଟିମ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଥିଲା। ଏନେଇ ବନ୍ୟପ୍ରାଣୀ ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି। 

ତେବେ ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ନିଜର ପ୍ରତିକ୍ରିୟା ଲେଖିଛନ୍ତି । ଏଥିରେ ସେ ପଶ୍ଚିମବଙ୍ଗର ବନ ବିଭାଗ, ଜିଲ୍ଲା ପ୍ରଶାସନ, ପୁଲିସ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି । ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଟିମଓ୍ବାର୍କର ଏକ ଉତ୍ତମ ଉଦାହରଣ ବୋଲି ସେ କହିନଛନ୍ତି । କିନ୍ତୁ ଓଡ଼ିଶାର ବନବିଭାଗ ଟିମକୁ ସେ କୌଣସି ଧନ୍ୟବାଦ ଦେଇନାହାନ୍ତି । ଏପରି ଓଡ଼ିଶା କିମ୍ବା ଶିମିଳିପାଳ ସଂପର୍କରେ ସେ କିଛି ଉଲ୍ଲେଖ କରିନାହାନ୍ତି । 

mamata

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳରୁ ଜୀନତ ଖସିଯାଇ ଝାଡ଼ଖଣ୍ଡ ପଳାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜୀନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe