ପେଗାସସ ମାମଲା: ଡରରେ ଫୋନ କ୍ୟାମେରା ପ୍ଳାଷ୍ଟର କରିଦେଇଥିବା କହିଲେ ଦିଦି

ପେଗାସସ ମାମଲା: ଡରରେ ଫୋନ କ୍ୟାମେରା ପ୍ଳାଷ୍ଟର କରିଦେଇଥିବା କହିଲେ ଦିଦି

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପେଗାସସ୍ ସ୍ପାଏୱେରକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି | ପେଗାସସ୍ ସ୍ପାଏୱେର ବିଭିନ୍ନ ରାଜନେତାଙ୍କ ଫୋନ ହ୍ୟାକ କରିବା ଘଟଣା ପାଇଁ ସେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଦାୟୀ କରିବା ସହ ଡରରେ ସେ ନିଜ ମୋବାଇଲ୍ ଫୋନର କ୍ୟାମେରାକୁ ପ୍ଳାଷ୍ଟର କରିଦେଇଥିବା କହିଛନ୍ତି | ଇସ୍ରାଏଲର ଗୁପ୍ତଚର ପେଗାସସ୍ ଦ୍ୱାରା ହୋଇଥିବା ଚୋରି ଘଟଣାର ନିଜ ଆଡୁ ଯାଞ୍ଚ କରିବା ପାଇଁ ମମତା ବାନାର୍ଜୀ ସୁପ୍ରିମକୋର୍ଟକୁ ମଧ୍ୟ ନିବେଦନ କରିଛନ୍ତି।

publive-image indiatoday.in

ତାଙ୍କ କହିବା ମୁତାବକ, ତିନୋଟି ଜିନିଷକୁ ଗଣତନ୍ତ୍ର ତିଆରି ହୁଏ | ତାହା ହେଲା ଗଣମାଧ୍ୟମ, ନ୍ୟାୟପାଳିକା ଏବଂ ନିର୍ବାଚନ ଆୟୋଗ ଏବଂ ପେଗାସସ୍ ଏହି ତିନୋଟିକୁ କାବୁ କରିନେଇଛି | ପେଗାସସ୍ ବିପଜ୍ଜନକ ଅଟେ | ଏହା ଲୋକଙ୍କୁ ଚିନ୍ତାରେ ପକାଇଛି | ମୁଁ ଏବେ କାହା ସହିତ କଥା ହୋଇପାରୁ ନାହିଁ |

'Modi Ji, This Isn't Personal': Mamata Banerjee's Attack On Pegasus Row ndtv.com

ଦେଶର ସହାୟତା ପାଇଁ ସୁପ୍ରିମକୋର୍ଟକୁ ଆବେଦନ କରି ସେ କହିଛନ୍ତି, "ଦେଶ, ଗଣତନ୍ତ୍ରକୁ ବଞ୍ଚାଅ। ସମସ୍ତ ଫୋନ୍ ଟ୍ୟାପ୍ ହୋଇଥିବାରୁ ଆପଣ ନିଜ ଆଡୁ ଯାଞ୍ଚ ନିର୍ଦ୍ଦେଶ ଦେଇ ପାରିବେ ନାହିଁ? ଯାଞ୍ଚ ପାଇଁ ଏକ ପ୍ୟାନେଲ୍ ଗଠନ କରନ୍ତୁ ... କେବଳ ନ୍ୟାୟପାଳିକା ହିଁ ଦେଶକୁ ରକ୍ଷା କରିପାରିବ।

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ମୋଦୀଜୀ, କିଛି ଖରାପ ଭାବିବେ ନାହିଁ। ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଆକ୍ରମଣ କରୁନାହିଁ | କିନ୍ତୁ ଆପଣ ଏବଂ ବୋଧହୁଏ ଗୃହମନ୍ତ୍ରୀ ବିରୋଧୀ ଦଳର ନେତାଙ୍କ ବିରୋଧରେ ଏଜେନ୍ସି ନିୟୋଜିତ କରିଛନ୍ତି। ଆପଣ ଏଜେନ୍ସିଗୁଡିକର ଅପବ୍ୟବହାର କରୁଛନ୍ତି। ଲୋକଙ୍କ ମଙ୍ଗଳ ପାଇଁ ଆପଣ ଟଙ୍କା ଖର୍ଚ କରିବା ଅପେକ୍ଷା ଏଭଳି ଏଜେନ୍ସିଗୁଡିକୁ ଟଙ୍କା ଦେଉଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe