ଭବାନୀପୁରରୁ ଲଢ଼ିବେ ଦିଦି, ଅନ୍ୟ ୨ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

Advertisment
ଭବାନୀପୁରରୁ ଲଢ଼ିବେ ଦିଦି, ଅନ୍ୟ ୨ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

www.indiatoday.in

କୋଲକାତା: ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବନୀପୁରରୁ ଲଢ଼ିବେ। ଏନେଇ ଟିଏମସି ପକ୍ଷରୁ ଘୋଷଣା କରାଯାଇଛି।  ଏହା ସହ ଅନ୍ୟ ଦୁଇଟି ନିର୍ବାଚନମଣ୍ଡଳୀ ପାଇଁ ଟିଏମସି ପ୍ରାର୍ଥୀ ଘୋଷଣା କରିଛି। ଜାଙ୍ଗିପୁରରୁ ଜାକିର ହୁସେନ୍ ଟିଏମସି ପ୍ରାର୍ଥୀ ହୋଇଥିବାବେଳେ ଅମିରୁଲ ଇସଲାମ ସମସେରଗଞ୍ଜରୁ ଟିଏମସିର ଟିକେଟ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଗତକାଲି ବିଧାନସଭା ଆସନରେ ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ଆସନରେ ସେପ୍ଟେମ୍ବର ୩୦ ତାରିଖରେ ଉପନିର୍ବାଚନ ହେବ ବୋଲି କହାଯିବା ସହ  ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ସମାନ ତାରିଖରେ ପଶ୍ଚିମବଙ୍ଗର ସମସେରଗଞ୍ଜ, ଜଙ୍ଗୀପୁର ଓ ଭବାନୀପୁର ଆସନ ପାଇଁ ବି ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା ।

ଏପ୍ରିଲ-ମେ’ ମାସରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ଟିଏମସି ଭଲ ପ୍ରଦର୍ଶନ କରି ୨୯୪ ଆସନରୁ ୨୧୩ ଟି ଆସନ ଜିତିବାରେ ସକ୍ଷମ ହୋଇଥିଲେ । ଏବେ ଦିଦି ଭବାନୀପୁରରୁ ଜିତିଲେ ବିଧାନସଭାକୁ ଯିବାର ରାସ୍ତା ସଫା ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe