ଭବାନୀପୁର ଉପନିର୍ବାଚନରେ ପ୍ରାର୍ଥିନୀ ହେବା ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିବେ ମମତା ବାନାର୍ଜୀ

Advertisment
ଭବାନୀପୁର ଉପନିର୍ବାଚନରେ ପ୍ରାର୍ଥିନୀ ହେବା ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିବେ ମମତା ବାନାର୍ଜୀ

Image Courtesy of Front line The Hindu

କୋଲ୍‌କାତା: ଭବାନୀପୁର ବିଧାନସଭା ଆସନ‌ ଉପନିର୍ବାଚନରେ ପ୍ରାର୍ଥିନୀ ହେବା ଲାଗି ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ନାମାଙ୍କନ ପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ତାଙ୍କୁ ଏହି ନିର୍ବାଚନରେ ଜିଣିବାକୁ ପଡ଼ିବ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ‘ତୃଣମୂଳ କଂଗ୍ରେସ’ ‘ଭାରତୀୟ ଜନତା ପାର୍ଟି’କୁ ପରାସ୍ତ କରିଥିଲେ ମଧ୍ୟ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିଥିବା ମମତା ବାନାର୍ଜୀ ପରାସ୍ତ ହୋଇଥିଲେ। ପଶ୍ଚିମବଙ୍ଗର ତିନୋଟି ଓ ଓଡ଼ିଶାର ଗୋଟିଏ ବିଧାନସଭା ଆସନ ନିମନ୍ତେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ସେପ୍ଟେମ୍ବର ୪ ତାରିଖରେ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିଥିଲା।

ବୁଧବାର ଦିନ ମମତା ବାନାର୍ଜୀ ଚେତ୍‌ଲାରେ ‘ତୃଣମୂଳ କଂଗ୍ରେସ’କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ସୁନିଶ୍ଚିତ କରି କହିଥିଲେ ଯେ, ଭବାନୀପୁର ଆସନ ଉପନିର୍ବାଚନ ଲାଗି ସେ ସେପ୍ଟେମ୍ବର ୧୦ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ।

publive-image Image Courtesy of The Federal News

ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୩। ପଶ୍ଚିମବଙ୍ଗର ଭବାନୀପୁର, ସାମଶେରଗଞ୍ଜ ଏବଂ ଜାଙ୍ଗିପୁର ଆସନ ନିମନ୍ତେ ସେପ୍ଟେମ୍ବର ୩୦ରେ ଭୋଟ୍‌ ଗ୍ରହଣ କରାଯିବ।

କେନ୍ଦ୍ର ସରକାରଙ୍କୁ ପୁନର୍ବାର ସମ‌ାଲୋଚନା କରି ଏ ସପ୍ତାହ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ୨୦୨୧ରେ କିଭଳି ନିର୍ବାଚନ କରାଗଲା ତାହା ଈଶ୍ବର ହିଁ ଜାଣନ୍ତି। କେନ୍ଦ୍ର ମିଥ୍ୟା କହିଲା, ତଥାପି ମତେ ପରାସ୍ତ କରିପାରିଲା ନାହିଁ। ମୋତେ ଆକ୍ରମଣ କରାଯିବା ଲାଗି ନନ୍ଦିଗ୍ରାମରେ ଷଡ଼ଯନ୍ତ୍ର ହୋଇଥିଲା। ବଙ୍ଗ ବିଷୟରେ ବିଭ୍ରାନ୍ତିକର ପ୍ରଚାର କରିବା ଲାଗି ବାହାରୁ ହଜାର ହଜାର ଗୁଣ୍ଡାଙ୍କୁ ଅଣାଯାଇଥିଲା।

ମହାଭାରତର କୌରବ ଭ୍ରାତା ‘ଦୁର୍ଯ୍ୟୋଧନ ଓ ଦୁଃଶାସନ’ଙ୍କ ଠାରୁ ‘ବିଜେପି’ ମନ୍ଦ ବୋଲି ଦାବି କରି ବାନାର୍ଜୀ ଅଭିଯୋଗ କରିଥିଲେ ଯେ, ଏବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ତାଙ୍କୁ ପରାସ୍ତ କରିବା ଲାଗି ମୋଦୀ ଓ ଶାହା ଚକ୍ରାନ୍ତ କରିଥିବାରୁ ସେ (ମମତା) ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ବାଧ୍ୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe