ଡିସେମ୍ବର ସୁଦ୍ଧା ଗିରଫ ହେବେ ମମତା! ଭାଙ୍ଗିଯିବ ଟିଏମ୍‌ସି ସରକାର: ପଶ୍ଚିମବଙ୍ଗ ବିଜେପି ମୁଖ୍ୟ କଲେ ବଡ଼ ଖୁଲାସା

ଡିସେମ୍ବର ସୁଦ୍ଧା ଗିରଫ ହେବେ ମମତା! ଭାଙ୍ଗିଯିବ ଟିଏମ୍‌ସି ସରକାର: ପଶ୍ଚିମବଙ୍ଗ ବିଜେପି ମୁଖ୍ୟ କଲେ ବଡ଼ ଖୁଲାସା

କୋଲକାତା: ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ସରକାରଙ୍କ ବିରୋଧରେ ଏକ ବଡ଼ ଖୁଲାସା କରି ଦାବି କରିଛନ୍ତି ଯେ ଟିଏମସି ସୁପ୍ରିମୋଙ୍କୁ ଶୀଘ୍ର ଗିରଫ କରାଯାଇପାରେ।

ମମତା ବାନାର୍ଜୀଙ୍କୁ ଡିସେମ୍ବର ସୁଦ୍ଧା ଗିରଫ କରାଯାଇପାରେ। ୪୧ ଜଣ ଟିଏମସି ବିଧାୟକ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଡିସେମ୍ବରରେ ପଶ୍ଚିମବଙ୍ଗର ତୃଣମୂଳ ସରକାର ଭାଙ୍ଗିଯିବ ବୋଲି ମଜୁମଦାର କହିଛନ୍ତି। ବିଜେପି ନେତା ତଥା ଚଳଚ୍ଚିତ୍ର ତାରକା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଟିଏମସି ବିଧାୟକଙ୍କ ସହ ଯୋଗାଯୋଗରେ ଥିବା ଦାବି କରଛନ୍ତି। ‘ମୁଁ ମମତା ବାନାର୍ଜୀଙ୍କ ଦଳର ୨୧ ଜଣ ବିଧାୟକଙ୍କ ସହ ଯୋଗାଯୋଗରେ ଅଛି। ମୁଁ ଏହା ପୂର୍ବରୁ ଏବଂ ବାରମ୍ବାର କହିଥିଲି। ଏବେବି ମୁଁ ମୋ କଥାରେ ଛିଡା ହୋଇଛି। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ କେବଳ ସମୟକୁ ଅପେକ୍ଷା କରନ୍ତୁ’ ବୋଲି ଗଣମାଧ୍ୟମକୁ କହିଛନ୍ତି ମିଥୁନ ଚକ୍ରବର୍ତ୍ତୀ।

ଏହା ପୂର୍ବରୁ ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟରେ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ମଧ୍ୟ ତିଷ୍ଠିବ ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସେମାନଙ୍କ କାର୍ଯ୍ୟ କରୁଛନ୍ତି। ଏହି ଦଳ (ଟିଏମସି) ଛଅ ମାସ ପର୍ଯ୍ୟନ୍ତ ମଧ୍ୟ ଶାସନରେ ରହିବ ନାହିଁ। ଡିସେମ୍ବର ହେଉଛି ସେମାନଙ୍କର ସମୟସୀମା ବୋଲି କହିଥିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe