କୋଲ୍‌କାତାରେ ଆଉ ପ୍ରଚାର ଅଭିଯାନ ଚଳାଇବେ ନାହିଁ ମମତା ବାନାର୍ଜୀ: ଡେରେକ୍‌ ଓ’ବ୍ରାଏନ୍‌

Advertisment
କୋଲ୍‌କାତାରେ ଆଉ ପ୍ରଚାର ଅଭିଯାନ ଚଳାଇବେ ନାହିଁ ମମତା ବାନାର୍ଜୀ: ଡେରେକ୍‌ ଓ’ବ୍ରାଏନ୍‌

Image Courtesy of India Today

କୋଲ୍‌କାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ କୋଲ୍‌କାତାରେ ନିର୍ବାଚନ ପ୍ରଚାର ଅଭିଯାନ ଚଳାଇବେ ନାହିଁ ବୋଲି ରବିବାର ରାତିରେ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଟିଏମ୍‌ସି) ନେତା ଡେରେକ୍‌ ଓ’ବ୍ରାଏନ୍‌ ଟୁଇଟ୍‌ କରି କହିଛନ୍ତି।

ରାଜ୍ୟରେ ବର୍ଦ୍ଧିଷ୍ଣୁ କୋଭିଡ୍‌-୧୯ ସଂକ୍ରମଣ ବାତାବରଣରେ ‘ଟିଏମ୍‌ସି’ ମୁଖ୍ୟ ସହରରେ ପ୍ରଚାରର ଶେଷ ଦିବସ ଏପ୍ରିଲ୍‌ ୨୬ ତାରିଖ ଦିନ ଗୋଟିଏ ମାତ୍ର ‘ପ୍ରତୀକାତ୍ମକ’ ସଭା କରିବେ ବୋଲି ଓ’ବ୍ରାଏନ୍‌ କହିଛନ୍ତି।

ଏହା ବ୍ୟତିରେକେ, ରାଜ୍ୟର ସମସ୍ତ ଜିଲ୍ଲାରେ ବାନାର୍ଜୀ କରୁଥିବା ନିର୍ବାଚନ ରାଲିଗୁଡ଼ିକ ମଧ୍ୟ ଏବେ ଆଉ ୩୦ ମିନିଟ୍‌ରୁ ଅଧିକ ହେବନାହିଁ ବୋଲି ସେ କହିଛନ୍ତି।

publive-image Image Courtesy of India Today

ସୂଚନାଯୋଗ୍ୟ, କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ଯୋଗୁଁ ପଶ୍ଚିମବଙ୍ଗରେ ତାଙ୍କ ନିର୍ଦ୍ଧାରିତ ସମସ୍ତ ନିର୍ବାଚନୀ ରାଲି ବାତିଲ୍‌ କରାଯାଇଥିବା କଥା ରବିବାର ଦିନ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଧ୍ୟ କହିଥିଲେ।

ଲୋକମାନଙ୍କୁ କୋଭିଡ୍‌-୧୯ ସଂକ୍ରମଣ ବାତାବରଣରୁ ନିରାପଦ ରଖିବା ପାଇଁ ବଙ୍ଗରେ ବାକି ଥିବା ଆଉ ତିନୋଟି ପର୍ଯ୍ୟାୟ ନିର୍ବାଚନକୁ ଥରକରେ ଶେଷ କରି ଦେବା ଲାଗି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିସନ୍‌କୁ ନିବେଦନ କରିଥିଲେ।

କିନ୍ତୁ, ଏହି ପ୍ରସ୍ତାବକୁ ବିରୋଧ କରି ‘ବିଜେପି’ ନିର୍ବାଚନ କମିସନ୍‌କୁ ପତ୍ର ଲେଖିଛି। ସମସ୍ତ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ସମାନ ସୁଯୋଗ ଦେବା ଲାଗି ମୂଳ ସମୟ-ସୂଚୀ ଅନୁସାରେ ନିର୍ବାଚନ ହେବା ଉଚିତ ବୋଲି ‘ବିଜେପି’ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe