ବିଜେପି ବିରୋଧରେ ଏକତ୍ରିତ ହେବା ପାଇଁ ନବୀନଙ୍କ ସମେତ ୧୫ବିରୋଧୀ ନେତାଙ୍କୁ ଚିଠି ଲେଖିଲେ ମମତା

ବିଜେପି ବିରୋଧରେ ଏକତ୍ରିତ ହେବା ପାଇଁ ନବୀନଙ୍କ ସମେତ ୧୫ବିରୋଧୀ ନେତାଙ୍କୁ ଚିଠି ଲେଖିଲେ ମମତା

କୋଲକାତା: ବିଜେପି ବିରୋଧରେ ଏକଜୁଟ ହେବାକୁ ଏବଂ ଭାରତରେ ଗଣତନ୍ତ୍ର ରକ୍ଷା କରିବାକୁ ଆହ୍ବାନ ଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ଆହ୍ବାନ ଦେଇଛନ୍ତି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି, ଏନସିପି ମୁଖ୍ୟ ଶରଦ ପୱାର, ଡିଏମକେ ମୁଖ୍ୟ ଏମ.କେ ଷ୍ଟଲିନ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ, ଏସପି ମୁଖ୍ୟ ଅଖିଳେଶ ଯାଦବ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ସମେତ ୧୫ଜଣ ଅଣ-ବିଜେପି ନେତାଙ୍କୁ ଏହି ଚିଠି ଲେଖିଛନ୍ତି ଦିଦି।

publive-image indiatoday

ଚିଠିରେ ଲଖାଯାଇଛି ଯେ, ଭାରତରେ ଗଣତନ୍ତ୍ର ତଥା ସାମ୍ବିଧାନିକ ସଂଘବାଦ ଉପରେ କେନ୍ଦ୍ରରେ ବିଜେପି ଏବଂ ଏହାର ସରକାରଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ନେଇ ମୁଁ ଗୁରୁତର ଚିନ୍ତା ପ୍ରକଟ କରୁଛି। ମୋଟାମୋଟି ଭାବେ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଏବଂ କେନ୍ଦ୍ରରେ ଥିବା ଶାସକ ଦଳ ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କ, ସ୍ୱାଧୀନ ଭାରତ ଇତିହାସରେ କେବେ ବି ଖରାପ ନଥିଲା। ଏହା ପ୍ରଧାନମନ୍ତ୍ରୀଙ୍କ କ୍ଷମତାସୀନ ଆଚରଣ ପାଇଁ ହେଉଛି। ଚିଠିରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଦ୍ବାରା ପାରିତ କରାଯାଇଥିବା ବିଲକୁ ବିରୋଧ କରି ବିଜେପି ବିରୋଧରେ ଏକଜୁଟ ହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ସହ  ୭ ପୃଷ୍ଠା ବିଶିଷ୍ଟ ଏହି ଚିଠିରେ ଆହୁରି ଲେଖାଯାଇଛି ଯେ, ବିରୋଧୀ ବିଜେପିକୁ ଶାସନ କ୍ଷମତାରୁ ହଟାଇବାର ସମୟ ଆସିଛି। ଏହା କରିବାକୁ ହେଲେ ସମସ୍ତ ବିରୋଧୀଦଳମାନଙ୍କୁ ଏକାଠି ହୋଇ ସଂଘର୍ଷ କରିବାକୁ ପଡିବ । ଯାହାଦ୍ୱାରା ଲୋକତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରାଯାଇପାରିବା ସହ ଲୋକମାନଙ୍କ ସାମ୍ନାରେ ଏକ ଶକ୍ତ ଓ ବିଶ୍ୱସନୀୟ ବିକଳ୍ପ ଠିଆ କରାଯାଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe