କପିଲ୍‌ ସିବଲ୍‌ଙ୍କୁ ‘ସମାଜବାଦୀ ପାର୍ଟି’ର ସମର୍ଥନ ଲୋଡ଼ିବାକୁ ବାଧ୍ୟ କଲା ମମତା ବାନାର୍ଜୀଙ୍କ ସର୍ତ୍ତ

Advertisment
କପିଲ୍‌ ସିବଲ୍‌ଙ୍କୁ ‘ସମାଜବାଦୀ ପାର୍ଟି’ର ସମର୍ଥନ ଲୋଡ଼ିବାକୁ ବାଧ୍ୟ କଲା ମମତା ବାନାର୍ଜୀଙ୍କ ସର୍ତ୍ତ

Image Courtesy of Zee News

ନୂଆଦିଲ୍ଲୀ: ‘ତୃଣମୂଳ କଂଗ୍ରେସ’ରେ ପ୍ରତ୍ୟକ୍ଷ ଭାବେ ଯୋଗ ନ ଦେଲେ ଦଳ ସମର୍ଥନ କରିବ ନାହିଁ ବୋଲି ମମତା ଓ ଅଭିଷେକ ବାନାର୍ଜୀ ସର୍ତ୍ତ ରଖିବାରୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହେବା ନିମନ୍ତେ କପିଲ୍‌ ସିବଲ୍‌ ‘ସମାଜବାଦୀ ପାର୍ଟି’ର ସମର୍ଥନ ଲୋଡ଼ିଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ଅଳ୍ପ କିଛି ମାସ ହେବ କପିଲ୍‌ଙ୍କ ସହିତ ତୃଣମୂଳ କଂଗ୍ରେସର ଆଲୋଚନା ଚାଲିଥିଲା। ମମତା ବାନାର୍ଜୀଙ୍କ ସମର୍ଥନ ପାଇବା ଲାଗି ସେ ମଧ୍ୟ କାଳୀଘାଟ ଯାଇଥିଲେ। କିନ୍ତୁ, ତୃଣମୂଳ କଂଗ୍ରେସରେ ଯୋଗ ଦେବା ତାଙ୍କର ଉଦ୍ଦେଶ୍ୟ  ନ ଥିଲା। ଏଥିପାଇଁ ସେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ। ମାତ୍ର ତାହା ଫଳପ୍ରଦ ହେଲା ନାହିଁ। କଂଗ୍ରେସ ଟିକେଟ୍‌ରେ ସେ ଆଉ ରାଜ୍ୟସଭା ସାଂସଦ ହେବାକୁ ଚାହୁଁ ନାହାନ୍ତି‌ ବୋଲି ସେ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦଙ୍କୁ କହିଥିଲେ। ତୃଣମୂଳ କଂଗ୍ରେସ ତାଙ୍କୁ ସମର୍ଥନ କରିବ କି ବୋଲି ସେ ପଚାରିଥିଲେ। କିନ୍ତୁ, ତୃଣମୂଳ କଂଗ୍ରେସରେ ଯୋଗ ନ ଦେଇ ସମର୍ଥନ ଲୋଡୁଥିବା କଥା ସେତେବେଳେ କପିଲ୍‌ ସ୍ପଷ୍ଟ କରି ନ ଥିଲେ।

publive-image Image Courtesy of News18

ଶେଷରେ ଯେତେବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ କପିଲ୍‌ ରାଜ୍ୟସଭା ସାଂସଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପ୍ରସ୍ତୁତି କଲେ ମମତା-ଅଭିଷେକ ରାଜି ହେଲେ ନାହିଁ।

ଉଲ୍ଲେଖଯୋଗ୍ୟ, ଜଣେ ଓକିଲ ହିସାବରେ କପିଲ୍‌ଙ୍କ ସହ ତୃଣମୂଳ କଂଗ୍ରେସର ଦୀର୍ଘ ଦିନରୁ ସମ୍ପର୍କ ରହିଛି। ପଶ୍ଚିମବଙ୍ଗ ସରକାର ଓ ତୃଣମୂଳ କଂଗ୍ରେସ ତରଫରୁ କପିଲ୍‌ ଅନେକ ମାମଲା ଲଢ଼ିଛନ୍ତି। କଂଗ୍ରେସକୁ ଦୁର୍ବଳ କରିବା ଲାଗି ମମତା କପିଲ୍‌ଙ୍କୁ ନିଜ ଦଳକୁ ଆଣିବାକୁ ଚାହୁଁଥିଲେ। ଗତ ଥର ମମତା ବାନାର୍ଜୀ ଦିଲ୍ଲୀ ଯାଇଥିବା ବେଳେ କପିଲ୍‌ ସିବଲ୍‌ଙ୍କୁ ଭେଟିଥିଲେ। କିନ୍ତୁ, ଉଭୟ ଉଭୟଙ୍କ ଜିଦ୍ଦିରେ ଅଟଳ ରହିବାରୁ କଥା ଆଗେଇ ପାରିଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe