ମଝି ଆକାଶରେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିମାନ; ଡିଜିସିଏଙ୍କୁ ରିପୋର୍ଟ ମାଗିଲେ କଲିକତା ହାଇକୋର୍ଟ

Advertisment
ମଝି ଆକାଶରେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିମାନ; ଡିଜିସିଏଙ୍କୁ ରିପୋର୍ଟ ମାଗିଲେ କଲିକତା ହାଇକୋର୍ଟ

Image Courtesy: OpIndia

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚାଟାର୍ଡ ବିମାନ କୋଲକାତାରେ ଅବତରଣ କରିବାରର କିଛି ମିନିଟ୍‌ ପୂର୍ବରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକରେ ବର୍ତ୍ତି ଯାଇଛି। ଏ ବିଷୟ ଜଣାପଡ଼ିବା ପରେ କଲିକତା ହାଇକୋର୍ଟ ବିମାନ ଚଳାଚଳ ନିୟାମକ (ଡିଜିସିଏ)ଙ୍କୁ ଏ ମାମଲାରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟାମକଙ୍କୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପଡିବ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିବାର କିଛି ମିନିଟ୍‌ ପୂର୍ବରୁ ଆକାଶ ପଥରେ ହଠାତ୍‌ ୬,୦୦୦ ଫୁଟ ତଳକୁ ଖସି ଆସିବା ଫଳରେ ଅଶାନ୍ତ ବାୟୁ ପକେଟକୁ ଧକ୍କା ଦେଇଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାରଣାସୀରୁ ଫେରୁଥିଲେ, ଯେଉଁଠାରେ ସେ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ। ତେବେ, ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ପାଇଲଟ୍‌ ସୁରକ୍ଷିତ ଭାବରେ ବିମାନକୁ ଅବତରଣ କରିବାରେ ସଫଳ ହୋଇଥିଲେ।
ଏହି ଘଟଣାର ଦୁଇ ଦିନ ପରେ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଏହା ମଝି ଆକାଶରେ ତ୍ରୁଟି ନୁହେଁ ବରଂ ଅନ୍ୟ ଏକ ବିମାନ ତାଙ୍କ ବିମାନ ସାମ୍ନାକୁ ଆସି ଯାଇଥିଲା, ଏବଂ ପାଇଲଟଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ମଝି ଆକାଶ ସଙ୍କଟକୁ ଏଡାଇ ଦିଆଯାଇ ପାରିଥିଲା ବୋଲି ସେ ଦାବି କରିଛନ୍ତି।

publive-image Image Courtesy: IgNews

‘ହଠାତ୍‌ ଅନ୍ୟ ଏକ ବିମାନ ମଝି ଆକାଣରେ ମୋ ବିମାନ ସାମ୍ନାକୁ ଆସି ଯାଇଥିଲା। ଯଦି ପରିସ୍ଥିତି ଆଉ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଜାରି ରହିଥାନ୍ତା, ତେବେ ମୁହାଁମୁହିଁ ଧକ୍କା ହୋଇଥାନ୍ତା। ପାଇଲଟଙ୍କ ଦକ୍ଷତା ପାଇଁ ମୁଁ ବଞ୍ଚିଗଲି। ବିମାନଟି ୬,୦୦୦ ଫୁଟ ତଳକୁ ଖସିିଗଲା। ମୁଁ ମୋ ପିଠି ଏବଂ ଛାତିରେ ଆଘାତ ପାଇଥିଲି ବୋଲି ମୁଖ୍ୟମନ୍ତ୍ରୀ ମମତା ସାମ୍ବାଦିକମାନଙ୍କୁ କହିଛନ୍ତି। ଏ ଘଟଣା ସଂପର୍କରେ ପୁଲିସ ନିକଟରେ ଏକ ମାମଲା ମଧ୍ୟ ଦାୟର କରାଯାଇଥିଲା। ଆସନ୍ତା ଏପ୍ରିଲ ୨୫ରେ ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe