ସୋସିଆଲିଜିମ୍‌ ସହ ମମତା ବାନାର୍ଜୀଙ୍କ ବାହାଘର

Advertisment
ସୋସିଆଲିଜିମ୍‌ ସହ ମମତା ବାନାର୍ଜୀଙ୍କ ବାହାଘର

ସାଲେମ(ତାମିଲନାଡୁ) : ଆଗାମୀ ରବିବାର ସୋସିଆଲିଜିମ୍‌ ବିବାହ କରିବେ ମମତା ବାନାର୍ଜୀଙ୍କୁ। ତାମିଲନାଡୁର ସାଲେମ୍‌ ଜିଲ୍ଲାରେ ହେବାକୁ ଥିବା ଏହି ଚର୍ଚ୍ଚିତ ବାହାଘରର ନିମନ୍ତ୍ରଣପତ୍ର ବଣ୍ଟନ ଏବେ ଖବରର ଶିରୋନାମା ପାଲଟିଛି। ଏପରିକି କମ୍ୟୁନିଜିମ୍‌ ଓ ଲେନିନିଜିମ୍‌ ପରିବାରରେ ମମତା ବାନାର୍ଜୀ ସାମିଲ ହେବାକୁ ଯାଉଥିବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି।

ଖବରଟି କାହାକୁ ଅଡୁଆ ଲାଗୁଥିଲେ ବି ଏଇ ଦୁଇ ଦିନ ଭିତରେ ମମତା ବାନାର୍ଜୀ ନାମ୍ନୀ କନ୍ୟା ଓ ସୋସିଆଲିଜିମ୍‌ ନାମକ ବର ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି।

ସୂଚନାନୁଯାୟୀ, ସାଲେମ୍‌ର ସିପିଆଇ ନେତା ତଥା ଜିଲ୍ଲା ସମ୍ପାଦକ ଏ ମୋହନଙ୍କ ତୃତୀୟ ପୁଅ ହେଉଛନ୍ତି ଏହି ସୋସିଆଲିଜିମ୍‌। ମୋହନଙ୍କର ଅନ୍ୟ ଦୁଇ ପୁଅଙ୍କ ନାମ ହେଲା କମ୍ୟୁନିଜିମ୍‌ ଓ ଲେନିନିଜିମ୍। ୨୦୧୬ ବିଧାନସଭା ନିର୍ବାଚନରେ ପିଡବ୍ଲ୍ୟୁଏ ଦଳ ତରଫରୁ ମୋହନ ପ୍ରତିଦ୍ବନ୍ଦ୍ବିତା କରିଥିବାବେଳେ ତାଙ୍କ ପରିବାରର ସମସ୍ତେ ପାରମ୍ପରିକ ଭାବେ ସାମ୍ୟବାଦକୁ ଅନୁସରଣ କରି ଆସୁଛନ୍ତି। ଅପରପକ୍ଷେ, ମୋହନଙ୍କ ଭାବୀ ସମୁଦୀ ଦୃଢ଼ କଂଗ୍ରେସ ସମର୍ଥକ ହୋଇଥିବା ବେଳେ ସେ ତାଙ୍କ ଝିଅର ନାମ ପୂର୍ବରୁ କଂଗ୍ରେସରେ ଥିବା ମମତା ବାନାର୍ଜୀଙ୍କ ନାମାନୁସାରେ ରଖିଛନ୍ତି। ତେବେ ଏଭଳି ନାମଧାରୀ ବରକନ୍ୟାଙ୍କ ଶୁଭ ପରିଣୟକୁ ସ୍ଥାନୀୟ ଲୋକେ ଉତ୍ସୁକତାର ସହ ଚାହିଁ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe