ନିର୍ବାଚନ କମିସନ୍‌ ହଟାଇ ଦେଇଥିବା ପୁଲିସ ଅଧିକାରୀଙ୍କୁ ଫେରାଇ ଆଣିବା ସହ କୁଚ୍‌ବିହାର ଏସ୍‌ପିଙ୍କୁ ନିଲମ୍ବିତ କଲେ ମମତା ବାନାର୍ଜୀ

Advertisment
ନିର୍ବାଚନ କମିସନ୍‌ ହଟାଇ ଦେଇଥିବା ପୁଲିସ ଅଧିକାରୀଙ୍କୁ ଫେରାଇ ଆଣିବା ସହ କୁଚ୍‌ବିହାର ଏସ୍‌ପିଙ୍କୁ ନିଲମ୍ବିତ କଲେ ମମତା ବାନାର୍ଜୀ

Image Courtesy of India Today

କୋଲ୍‌କାତା: କ୍ଷମତାସୀନ ହେବା କେତେ ଘଣ୍ଟା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୁଲିସ ବ୍ୟବସ୍ଥାକୁ ପୁନଃବ୍ୟବସ୍ଥିତ କରିବା ସହ ୨୯ଜଣ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ବାଚନ କମିସନ୍‌ଙ୍କଦ୍ବାରା ସ୍ଥାନାନ୍ତରିତ ହୋଇଥିଲେ।

ଗତ ସନ୍ଧ୍ୟାରେ ଜାରି ହୋଇଥିବା ଆଦେଶ ଅନୁଯାୟୀ, ପୂର୍ବ ସ୍ଥାନକୁ ଫେରାଇ ଅଣାଯାଇଥିବା ଶୀର୍ଷସ୍ତରୀୟ ଅଧିକାରୀମାନେ ହେଲେ, ଡିଜି ବୀରେନ୍ଦ୍ର, ଆଇନଶୃଙ୍ଖଳା ବିଭାଗର ଏଡିଜି ଜାଭେଦ୍ ଶମିମ୍ ଏବଂ ନିରାପତ୍ତା ବିଭାଗର ଡିଜି ବିବେକ ସହାୟ ଏବଂ ଆହୁରି ୨୬ଜଣ ପୁଲିସ ଅଧିକାରୀ।

publive-image Image Courtesy of Rediffmail

ଏଥିସହ ପଶ୍ଚିମବଙ୍ଗ ସରକାର କୁଚ୍‌ବିହାର ଜିଲ୍ଲାର ଏସ୍‌ପି ଦେବାଶିଷ ଧରଙ୍କୁ ନିଲମ୍ବିତ କରିଛନ୍ତି। କୁଚ୍‌ବିହାର ଜିଲ୍ଲା ଅନ୍ତର୍ଗତ ଶୀତଳକୁଚି ନିର୍ବାଚନ ମଣ୍ଡଳୀରେ ଏପ୍ରିଲ୍‌ ୧୦ ତାରିଖ ଦିନ ଭୋଟ୍‌ ଗ୍ରହଣ ବେଳେ ‘ସିଆଇଏସ୍‌ଫ୍‌’ଙ୍କ ଗୁଳି ଚୋଟରେ ୪ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହି ଘଟଣାର ‘ସିଆଇଡି’ ତଦନ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପୂର୍ବରୁ ଆଦେଶ ଦେଇଥିଲେ।

ଗତକାଲି ସକାଳେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ, ବିଭିନ୍ନ ଅଞ୍ଚଳରେ ପୁଲିସର ‘ଅପାରଗତା’ ଯୋଗୁଁ ସେ ଅସୁଖୀ। ସେ କହିଥିଲେ, ଗତ ତିନି ମାସ ହେବ ପ୍ରଶାସନ ମୋ ହାତରେ ନ ଥିଲା। ପ୍ରଶାସନ ଥିଲା ନିର୍ବାଚନ କମିସନ୍‌ଙ୍କ ହାତରେ। ସେଥିରେ କିଛି ‘ଅପାରଗତା’ ରହିଛି। ଏ ବିଷୟରେ ଅବିଳମ୍ବେ ନିଷ୍ପତ୍ତି ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe