The Economic Times
କୋଲକାତା : ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକଡାଉନ ସମୟରେ ମଦର ହୋମ ଡେ଼ଲିଭରିକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଏକ୍ସାଇଜ୍ ନିର୍ଦ୍ଦେଶାଳୟର ସୂତ୍ର ଅନୁଯାୟୀ, ଲକଡାଉନ ସମୟରେ ମଦ ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ। ତେବେ ଲକଡାଉନ କାରଣରୁ ଅଧିକାଂଶ ମଦ ଦୋକାନ ବନ୍ଦ ରହିଥିବା ବେଳେ ସେଗୁଡିକୁ ଆଗକୁ ମଧ୍ୟ ବନ୍ଦ ରଖାଯିବ ଏବଂ କେବଳ “ହୋମ ଡେଲିଭରି ମାଧ୍ୟମରେ ବ୍ୟାକେଣ୍ଡ ଯୋଗାଣ ପୁନଃ ଆରମ୍ଭ ହେବ ବୋଲି ସୂତ୍ରରୁ ପ୍ରକାଶ ”।
DNA Indiaକୋଲକାତା ପୁଲିସ ଖୁବ ଶୀଘ୍ର ସ୍ଥାନୀୟ ପୁଲିସ ଷ୍ଟେସନରେ ଖୁଚୁରା ବ୍ୟବସାୟୀଙ୍କୁ ବିତରଣ ପାସ୍ ପ୍ରଦାନ କରିବ। ଏହି ପାସ୍ ଗ୍ରହଣ ପାଇଁ ମଦ ଦୋକାନ ମାଲିକମାନଙ୍କୁ ନିଜ ନିଜର ସ୍ଥାନୀୟ ପୁଲିସ ଷ୍ଟେସନକୁ ଯିବାକୁ ପଡିବ | ଏହି ନିୟମ ଅନୁଯାୟୀ, ଗୋଟିଏ ମଦ ଦୋକାନ କେବଳ ତିନୋଟି ବିତରଣ ପାସ୍ ପାଇପାରିବ | ଗ୍ରାହକମାନଙ୍କୁ ସକାଳ ୧୧ଟାରୁ ୨ଟା ମଧ୍ୟରେ ନିକଟତମ ମଦ ଦୋକାନରେ ଫୋନ୍ ମାଧ୍ୟମରେ ଅର୍ଡର ଦେବାକୁ ଅନୁମତି ଦିଆଯିବ | ଯାହା ପରେ ଖୁଚୁରା ବ୍ୟବସାୟୀମାନେ ସେହି ଦିନ ଅପରାହ୍ନ ୨ ଟାରୁ ୫ଟା ମଧ୍ୟରେ ମଦ ବିତରଣ କରିପାରିବେ |
Follow Us