ଅନ୍ୟ ରାଜ୍ୟକୁ ଅପମାନିତ କରିବା ଅଧିକାର ମମତାଙ୍କର ନାହିଁ: ମୋଦୀ

ଜୟନଗର ଏବଂ ଉଲ୍‌ବେଡ଼ିଆରେ ନିର୍ବାଚନ ରୢାଲି‌କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ର ବନାମ ପଶ୍ଚିମବଂଗ: ପ୍ରଧାନମନ୍ତ୍ରୀଙ୍କୁ ନେଇ ମିଛ କହିଛନ୍ତି ମମତା; କେନ୍ଦ୍ର

News | Fresherslive

କୋଲକାତା: ‘ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଉତ୍ତର ପ୍ରଦେଶ ଏବଂ ବିହାର ଲୋକଙ୍କ ବିରୋଧରେ ଯେଭଳି ଶତ୍ରୁତାର ଭାଷା କହୁଛନ୍ତି ତାହା ତାଙ୍କ ରାଜନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସେ ଭୁଲି ଯାଉଛନ୍ତି ଯେ, ଅନ୍ୟ ରାଜ୍ୟ ବିରୋଧରେ ମନ୍ତବ୍ୟ ଦେବା, ଅପମାନିତ କରିବା ପାଇଁ ତାଙ୍କୁ ସମ୍ବିଧାନ ଅଧିକାର ପ୍ରଦାନ କରିନାହିଁ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟନଗରରେ ଅନୁଷ୍ଠିତ ରୢାଲିରେ କହିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବଙ୍ଗଳାରେ ଶାନ୍ତିପୂର୍ଣ୍ଣ ଭାବେ ରେକର୍ଡ ସଂଖ୍ୟକ ମତଦାନ ଦେଖି ଦିଦିଙ୍କ ରକ୍ତଚାପ ବଢ଼ିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବୁଧବାର ସେ ବିଭିନ୍ନ ଦଳର ନେତାଙ୍କୁ ଚିଠି ଲେଖି ମମତା ସାହାଯ୍ୟ ମାଗିଥିବାରୁ ଏହାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ତୀବ୍ର କଟାକ୍ଷ କରିଛନ୍ତି। ବାହାରର ନେତାମାନେ ଦିଦିଙ୍କ ନଜରରେ ଟୁରିଷ୍ଟ ବୋଲି ଉଲ୍ଲେଖ କରି ମୋଦୀ କହିଛନ୍ତି, ଭୋଟରଙ୍କ ଆଗ୍ରହ ଏବଂ ବିଜେପି ପ୍ରତି ଆନୁଗତ୍ୟ ଦେଖି ଦିଦି ଅଧିକ ବିଚଳିତ ହୋଇ ପଡ଼ିଛନ୍ତି ।

ନିୟମିତ ଧମକ ଏବଂ ଗାଳି ଦେଉଥିବା ଦିଦି କହୁଛନ୍ତି ‘କୁଲ୍‌ କୁଲ୍‌’। ତେବେ ତୃଣମୂଳ କୁଲ୍‌ ନୁହେଁ, ରାଜ୍ୟବାସୀଙ୍କ ପାଇଁ ‘ଶୂଲ୍‌ (ଶୂଳ)’ ଅଟେ। ତୃଣମୂଳ ହେଉଛି ରାଜ୍ୟବାସୀଙ୍କୁ ଅସହଣୀୟ ଯନ୍ତ୍ରଣା ଦେଉଥିବା ‘ଶୂଳ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନନ୍ଦୀଗ୍ରାମରେ ଭୋଟରଙ୍କ ଉତ୍ସାହ ଏବଂ ମତଦାନ ଦେଖି ମମତା ବାନାର୍ଜୀ ବିଚଳିତ ହୋଇ ପଡ଼ିଥିବାରୁ ମୋଦୀ ତାଙ୍କୁ କଟାକ୍ଷ କରି କହିଥିଲେ ଯେ ଦିଦି ଏବେ ଅନ୍ୟ ଆସନ ଖୋଜୁଛନ୍ତି। ଉଲ୍‌ବେଡ଼ିଆରେ ଆୟୋଜିତ ସଭାରେ ମୋଦୀ କହିଛନ୍ତି, ଦିଦି ଆଉ ଏକ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି, ଏହା ସତ କି ବୋଲି ସେ ମମତାଙ୍କୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe