କୁଚବିହାର ହିଂସା ପାଇଁ ମମତା ଦାୟୀ: ଶାହ

Advertisment

ହିଂସାକୁ ‘ନରସଂହାର’ କହିଲେ ମମତା

ହିଂସାକୁ ‘ନରସଂହାର’ କହିଲେ ମମତା

କୁଚବିହାର ହିଂସା ପାଇଁ ମମତା ଦାୟୀ: ଶାହ

Image Source: Business Today

କୋଲକାତା: ‘କୁଚବିହାର ଜିଲ୍ଲାର ଶୀତଳକୁଚିରେ ଘଟିଥିବା ହିଂସାକାଣ୍ଡ ଏବଂ ମୃତ୍ୟୁ ଘଟଣା ପାଇଁ ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାୟୀ। ସିଆଇଏସ୍‌ଏଫ୍‌ ଯବାନଙ୍କୁ ଘେରାଉ କରିବା ପାଇଁ ମମତା ନିର୍ଦ୍ଦେଶ ଦେଇଥିଲେ।’ ଶାନ୍ତିପୁରରେ ଆୟୋଜିତ ଏକ ରୋଡ୍‌ ସୋ’ରେ ଯୋଗ ଦେଇ ଏକଥା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହ କହିଛନ୍ତି, ଶୀତଳକୁଚି ହତ୍ୟା ଘଟଣାକୁ ରାଜନୈତିକ ରୂପ ଦେବାକୁ ଉଦ୍ୟମ କରାଯାଉଛି। ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ଭୋଟ୍‌ ସମ୍ବନ୍ଧିତ ହିଂସାରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଶାହ ଜୋର୍‌ ଦେଇ କହିଛନ୍ତି। ଉତ୍ତର ୨୪ ପ୍ରଗଣାର ପାନିହାଟିରେ ଆୟୋଜିତ ଅନ୍ୟ ଏକ ରୋଡ୍‌ ସୋରେ ଶାହ କହିଛନ୍ତି, ଦିଦି ଲଗାତାର କହି ଚାଲିଛନ୍ତି ଅମିତ ଶାହ ଇସ୍ତଫା ଦେବା ଉଚିତ। ଯେତେବେଳେ ଲୋକମାନେ କହି‌ବେ ସେତେବେଳେ ମୁଁ ଇସ୍ତଫା ଦେବି। ହେଲେ ମେ ୨ ତାରିଖରେ ଇସ୍ତଫା ଦେବାକୁ ଦିଦି ଏବେଠାରୁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ଶାହ କହିଛନ୍ତି। ଶାହ ଆଜି ପଶ୍ଚିମବଂଗରେ ୪ଟି ରୋଡ୍‌ ସୋ କରିଛନ୍ତି।

ହିଂସାକୁ ‘ନରସଂହାର’ କହିଲେ ମମତା
କୋଲକାତା: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଗତକାଲି କୁଚବିହାରର ଶୀତଳକୁଚିର ୧୨୬ ନମ୍ବର ବୁଥ୍‌ରେ ହିଂସାକାଣ୍ଡ ଘଟିବାରୁ କେନ୍ଦ୍ରୀୟ ଫୋର୍ସ ଗୁଳି ମାଡ଼ରେ ୪ ଜଣ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ‘ନରସଂହାର’ ଆଖ୍ୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସିଲିଗୁଡ଼ିରେ ଗଣମାଧ୍ୟମକୁ ସୂଚନା ଦେଇ ମମତା କହିଛନ୍ତି, ସିଆଇଏସ୍‌ଏଫ୍‌ ଯବାନ ନିଆଁ ବର୍ଷା କଲା ଭଳି ଗୁଳି କରିଛନ୍ତି। ନିୟମ ଅନୁସାରେ ହିଂସା ରୋକିବା ପାଇଁ ହିଂସାକାରୀଙ୍କୁ ଅଣ୍ଟା ତଳକୁ ଗୁଳି କରିବା କଥା। ହେଲେ ଗତକାଲି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଛାତି ଓ ଗଳାକୁ ଗୁଳି କରାଯାଇଛି। ଏହା ଯବାନମାନଙ୍କ ନରସଂହାର ଆଚରଣ ବୋଲି ସେ କହିଛନ୍ତି। ‘ମୃତକଙ୍କ ପରିବାର ସହ ସାକ୍ଷାତ କରିବାକୁ ଇଚ୍ଛା ଥିଲେ ବି ଯାଇ ହେଉ ନାହିଁ। ୧୪ ତାରିଖରେ ସେମାନଙ୍କ ସହ ସାକ୍ଷାତ ହେବ ବୋଲି ମମତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe