୨୦୨୪ ପାଇଁ ମମତା କରିବେ ବୈଠକ! ଅଣବିଜେପି ଦଳମାନଙ୍କୁ ନିମନ୍ତ୍ରଣ କଲା ଟିଏମସି

Advertisment
୨୦୨୪ ପାଇଁ ମମତା କରିବେ ବୈଠକ! ଅଣବିଜେପି ଦଳମାନଙ୍କୁ ନିମନ୍ତ୍ରଣ କଲା ଟିଏମସି

Image Courtesy of India Today

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ରେକର୍ଡ ବିଜୟ ହାସଲ କରିବା ପରେ ଏବେ ମମତାଙ୍କ ନୂଆ ରଣନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି | ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ଜୁଲାଇ ୨୬ ରୁ ୩୦ ଦିଲ୍ଲୀ ଗସ୍ତ କରୁଛନ୍ତି। ଯଦିଓ ମମତା ବାନାର୍ଜୀ ମଧ୍ୟ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଯାଉଛନ୍ତି, କିନ୍ତୁ ସେହି ଦିନ ଦିଦି ବିରୋଧୀ ଦଳର ବରିଷ୍ଠ ନେତାଙ୍କ ସହ ଏକ ବୈଠକ ମଧ୍ୟ କରିବେ । ତେବେ ବର୍ତ୍ତମାନ ଏହି ବୈଠକକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ ମମତା ୨୦୨୪ ପାଇଁ ଅଣ ବିଜେପି ଦଳମାନଙ୍କୁ ନେଇ କିଛି ଯୋଜନା କରୁଛନ୍ତି କି? ଟିଏମସିର ବରିଷ୍ଠ ନେତାଙ୍କ କହିବାନୁସାରେ, ଜୁଲାଇ ୨୮, ଅପରାହ୍ନ ୩ଟାରେ ଏହି ବୈଠକ ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

ଏହାପୂର୍ବରୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ସୂଚନା ଥାଉ କି ଜୁଲାଇ ୨୧ରେ ମମତା ଆୟୋଜନ କରିଥିବା ଏଲ ଭରଚୁଆଲ ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାର, କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ବ୍ୟତୀତ ଏନସିପିର ସୁପ୍ରିୟା ସୁଲେ, କଂଗ୍ରେସର ଦିଗବିଜୟ ସିଂ, ସମାଜବାଦୀ ପାର୍ଟିରୁ ରାମ ଗୋପାଳ ଯାଦବ ଏବଂ ଜୟା ବଚ୍ଚନ, ଡିଏମକେରୁ ତିରୁଚି ଶିବ, ଟିଆରଏସରୁ କେ କେଶଭ ରାଓ, ଆରଜେଡିରୁ ମନୋଜ ଝା, ଶିରୋମଣି ଅକାଳୀ ଦଳରୁ ବଲୱିନ୍ଦର ସିଂ, ଶିବସେନାରୁ ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆଉ ଆଶା କରାଯାଉଛି ମମତା ଡ଼ାକିଥିବା ଏହି ବୈଠକରେ ଏହି ନେତାମାନେ ଯୋଗ ଦେଇପାରନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe