ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା: ବିଏସ୍‌ଏଫ୍‌ର ଅଧିକାର ପରିସର ବୃଦ୍ଧିକୁ ବିରୋଧ

Advertisment
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା: ବିଏସ୍‌ଏଫ୍‌ର ଅଧିକାର ପରିସର ବୃଦ୍ଧିକୁ ବିରୋଧ

ନୂଆଦିଲ୍ଲୀ: ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ୍‌ ଧରି ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ମୁଖ୍ୟତଃ କେନ୍ଦ୍ର ସରକାର ନିକଟରେ ବିଏସ୍‌ଏଫ୍‌ର ଅଧିକାର କ୍ଷେତ୍ର ପରିସର ବୃଦ୍ଧି କରିଥିବାରୁ ଏହାକୁ ବିରୋଧ କରି ମମତା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକର ମୁକାବିଲା ପାଇଁ ସହାୟତା, କ୍ଷତିପୂରଣ ଏବଂ ରାଜ୍ୟକୁ ଅଧିକ ଅର୍ଥ ପ୍ରଦାନ ପାଇଁ ମମତା ଗୁରୁତ୍ବାରୋପ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମମତା କହିଛନ୍ତି ଯେ ବିଏସ୍‌ଏଫ୍‌ ଆମ ଶତ୍ରୁ ନୁହେଁ, କିନ୍ତୁ କେନ୍ଦ୍ର ସରକାର ସଂଘୀୟ ଢାଞ୍ଚାରେ ଯେଉଁ ପରିବର୍ତ୍ତନ ଆଣୁଛନ୍ତି ଏବଂ ରାଜ୍ୟମାନଙ୍କର ବିନା ପରାମର୍ଶରେ ସୀମା ସୁରକ୍ଷା ବଳର କ୍ଷେତ୍ରାଧିକାରକୁ ବଢ଼ାଇଛନ୍ତି ତାହାକୁ ଆମେ ବିରୋଧ କରୁଛୁ। ଏହା ବ୍ୟତୀତ ରାଜ୍ୟକୁ ତା’ର ନ୍ୟାୟୋଚିତ ପ୍ରାପ୍ୟ ମିଳିବାରେ ମଧ୍ୟ ବିଳମ୍ବ ହେଉଥିବାରୁ ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବୋଲି ମମତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe