ମମତା-ମୋଦୀଙ୍କ ଭିତରେ ମଧୁର ସମ୍ପର୍କ ଅଛି: କଂଗ୍ରେସ ନେତା ଅଧୀର ଚୌଧୁରୀ

Advertisment
ମମତା-ମୋଦୀଙ୍କ ଭିତରେ ମଧୁର ସମ୍ପର୍କ ଅଛି: କଂଗ୍ରେସ ନେତା ଅଧୀର ଚୌଧୁରୀ

The Hans India

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଭିତରେ କଂଗ୍ରେସ ଏକ ବିଜେପି-ବିରୋଧୀ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ଏଥିପାଇଁ ସମଧର୍ମା ଅନ୍ୟ ବିରୋଧୀ ଦଳଙ୍କୁ ସାଙ୍ଗରେ ନେବାକୁ ଚେଷ୍ଟା କରିଆସୁଛି। କିନ୍ତୁ ରବିବାର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।

ଚୌଧୁରୀ କହିଛନ୍ତି ଯେ ‘ମୋ-ମୋ’ (ମମତା-ମୋଦୀ) ଭିତରେ ମଧୁର ବୁଝାମଣା ରହିଛି। ସେଥିପାଇଁ ମମତା ବାନାର୍ଜୀ ଏପରି କିଛି କରିପାରିବେ ନାହିଁ ଯାହା ନରେନ୍ଦ୍ର ମୋଦୀଙ୍କୁ ବିଚଳିତ କରିବ। ଯେତେବେଳେ ମୋଦୀ କହୁଛନ୍ତି ‘କଂଗ୍ରେସ-ମୁକ୍ତ’ ଭାରତର କଥା ସେତେବେଳେ ଦିଦି କହୁଛନ୍ତି ପଶ୍ଚିମବଙ୍ଗରୁ କଂଗ୍ରେସକୁ ମୂଳପୋଛ କରିବାକୁ ପଡ଼ିବ। ଅନେକ ନେତା କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’କୁ ପ୍ରଶଂସା କରୁଥିବା ବେଳେ କେବଳ ମମତା ବାନାର୍ଜୀ ହେଉଛନ୍ତି ଏହାର ବ୍ୟତିକ୍ରମ। ଅଭିନେତା-ନେତା କମଲ ହସନଙ୍କଠାରୁ ଆରମ୍ଭ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାୱାରଙ୍କ ପର୍ଯ୍ୟନ୍ତ କଂଗ୍ରେସର କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରାକୁ ପ୍ରଶଂସା କରିଥିବା ବେଳେ ମମତା ବାନାର୍ଜୀ ନୀରବ ରହିଛନ୍ତି। ଏଥିରୁ ବୁଝାପଡ଼ୁଛି ମମତା ବନାର୍ଜୀ ବିଭିନ୍ନ ପ୍ରସଙ୍ଗରେ ମୋଦୀ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭିତିରିଆ ବୁଝାମଣା ରହିଛି ବୋଲି ଚୌଧୁରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe