ଜୟ ଶ୍ରୀରାମ ନାରା ଶୁଣି ଦେହରୁ ଚମଡା ଉତ୍ତାରି ଦେବାର ଧମକ ଦେଲେ ଦିଦି, ବିଜେପି ଗୁଣ୍ଡା କହି ଖୁବ୍‌ ବର୍ଷିଲେ ମମତା

Advertisment
ଜୟ ଶ୍ରୀରାମ ନାରା ଶୁଣି ଦେହରୁ ଚମଡା ଉତ୍ତାରି ଦେବାର ଧମକ ଦେଲେ ଦିଦି, ବିଜେପି ଗୁଣ୍ଡା କହି ଖୁବ୍‌ ବର୍ଷିଲେ ମମତା

Deccan Chronicle

ନୂଆଦିଲ୍ଲୀ : ଜୟ ଶ୍ରୀରାମ ନାରା ଶୁଣି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇଥିବା ଦେଖା ଯାଇଛି । ରାଗରେ ନାରା ଲଗାଉଥିବା ଲୋକଙ୍କୁ ମମତା ଚମଡା ଉତ୍ତାରି ଦେବି ବୋଲି ଧମକ ଦେଇଥିବା ଦେଖା ଯାଇଛି, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଗତକାଲି ଘଟିଥିବା ନେଇ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ମମତା ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଦେଇ ଧାରଣାସ୍ଥଳକୁ ଯାଉଥିବା ସମୟରେ ରାସ୍ତାର ଆଖପାଖରେ କିଛି ଲୋକ ଜୟ ଶ୍ରୀ ରାମ କହି ନାରାବାଜି କରିଥିଲେ । ଯାହାକୁ ଶୁଣିବା ପରେ ରାଗି ଯାଇଥିଲେ ମମତା । କାରରୁ ଓହ୍ଲାଇ ମମତା ସେମାନଙ୍କ ଉପରେ ଚିତ୍କାର କରି ସଂପୃକ୍ତ ଲୋକଙ୍କୁ ବିଜେପିର ଏଜେଣ୍ଟ ବୋଲି କହିଥିଲେ । ଏହା ସହ ଚମଡ଼ା ଉତ୍ତାରି ଦେବି ବୋଲି ଧମକ ଦେଇଥିଲେ । ତେବେ ଏହି ଘଟଣା ପରେ ପୁଲିସ ୭ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe