କେନ୍ଦ୍ର ବିରୋଧରେ ମୋର୍ଚ୍ଚା ଖୋଲିଲେ ମମତା

ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଶାସକ ଟିଏମ୍‌ସି ଓ ବିଜେପି ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ସରକାର ସେପ୍ଟେମ୍ବର ୧ରୁ ୪ ତାରିଖ...

Untitled-5

କୋଲକାତା: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଶାସକ ଟିଏମ୍‌ସି ଓ ବିଜେପି ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ସରକାର ସେପ୍ଟେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏଥିରେ ବିଜେପିଶାସିତ ରାଜ୍ୟଗୁଡ଼ିକରେ ବଙ୍ଗୀୟଙ୍କ ଉପରେ ଅତ୍ୟାଚାର ଅଭିଯୋଗରେ ସେନ୍ସର ପ୍ରସ୍ତାବ ଅଣାଯାଇପାରେ। ଏହାବ୍ୟତୀତ ସ୍ପେସାଲ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସ୍ଆଇଆର) ବିରୋଧରେ ବିଧାନସଭାରେ ସଂକଳ୍ପ ମଧ୍ୟ ଆସିପାରେ।

ସୂଚନାଥାଉ କି, ନିର୍ବାଚନ ଆୟୋଗ ବିହାରରେ ଏସ୍ଆଇଆର୍ କରିଛନ୍ତି, ଯାହାକୁ ବିରୋଧୀମାନେ ତୀବ୍ର ବିରୋଧ କରୁଛନ୍ତି। ପଶ୍ଚିମବଙ୍ଗରେ ବିଧାନସଭାର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ରାଜସ୍ଥାନରୁ ଓଡ଼ିଶା ପର୍ଯ୍ୟନ୍ତ ବଙ୍ଗୀୟଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମମତା ବାନାର୍ଜୀ ବାରମ୍ବାର ବିଜେପିକୁ ଟାର୍ଗେଟ୍ କରିଛନ୍ତି। ମମତା ବାନାର୍ଜୀ ଅନ୍ୟ ରାଜ୍ୟରୁ ଫେରୁଥିବା ବଙ୍ଗୀୟଙ୍କ ପାଇଁ ଶ୍ରମଶ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ଅଧୀନରେ ଶ୍ରମିକମାନଙ୍କୁ ମାସିକ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ। ମିଳିଥିବା ସୂଚନା ଅନୁଯାୟୀ, ଟିଏମ୍‌ସି ବିଧାନସଭାରେ ଏସ୍‌ଆଇଆର୍‌କୁ ବିରୋଧ କରିବ। ଅନେକ ବିଶେଷଜ୍ଞଙ୍କ ମତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ମଧ୍ୟ ଏସ୍ଆଇଆର୍ କରାଇପାରିବେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe