ମୁମ୍ବାଇ: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦରୁ ବହିଷ୍କୃତ ହେବା ପରେ ମମତା କୁଲକର୍ଣ୍ଣି ବର୍ତ୍ତମାନ ଖବର ଶିରୋନାମାରେ ଅଛନ୍ତି। ନିକଟରେ ସେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ଏହି ସାକ୍ଷାତକାରରେ ସେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି।
ଏହି ସମୟ ମଧ୍ୟରେ ସେ ବାବା ରାମଦେବ ଏବଂ ଧିରେନ୍ଦ୍ର ସ୍ବାମୀଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି। ବାବା ରାମଦେବଙ୍କ ଉଦ୍ଦେଶ୍ୟରେ ମମତା କୁଲକର୍ଣ୍ଣି କହିଛନ୍ତି ଯେ, ସେ ମହାକାଳଙ୍କୁ ଭୟ କରିବା ଉଚିତ୍। ଧିରେନ୍ଦ୍ର ଶାସ୍ତ୍ରୀଙ୍କ ପାଇଁ ସେ କହିଛନ୍ତି ଯେ ତାଙ୍କ ବୟସ ଯେତେ ତାହା ତୁଳନାରେ ମୁଁ ଅଧିକ ତପସ୍ୟା କରିସାରିଛି।
ମମତା କୁଲକର୍ଣ୍ଣି ଇଣ୍ଡିଆ ଟିଭିର ଆପ୍ କି ଅଦାଲତରେ ଅତିଥି ଭାବରେ ଉପସ୍ଥିତ ହୋଇଥିଲେ, ଯେଉଁଠାରେ ରଜତ ଶର୍ମା ତାଙ୍କୁ ପ୍ରଶ୍ନ ପଚାରିଥିବାର ନଜର ଆସିଥିଲେ। ରଜତ ଶର୍ମା ମମତା କୁଲକର୍ଣ୍ଣିଙ୍କୁ ତାଙ୍କର ଅର୍ଦ୍ଧନଗ୍ନ ଫଟୋସୁଟ ଏବଂ ସେ କାହିଁକି ଟପଲେସ୍ ହୋଇଥିଲେ ବୋଲି ପଚାରିଥିଲେ।
ଏହା ଉପରେ ମମତା କୁଲକର୍ଣ୍ଣି କହିଥିଲେ, ଷ୍ଟାରଡଷ୍ଟ ଲୋକମାନେ ମୋ ପାଖକୁ ଆସି ମୋତେ ଡମି ମୟୂର ଫଟୋ ଦେଖାଇଥିଲେ ଯାହାକୁ ମୁଁ ଅଶ୍ଳୀଳ ମନେ କରି ନଥିଲି। ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ସେତେବେଳେ ମୁଁ ୯ ଶ୍ରେଣୀରେ ପଢୁଥିଲି। ମୁଁ ସେତେବେଳେ ମଧ୍ୟ କହିଥିଲି ଯେ ମୁଁ ଭର୍ଜିନ୍। ଲୋକମାନେ ତାହା ଗ୍ରହଣ କରବାକୁ କୁଣ୍ଠାବୋଧ କରିଥିଲେ।
ଅଧିକ ପଢ଼ନ୍ତୁ: ଅଘୋରୀ ବାବାଙ୍କୁ ପ୍ରେମ କରି ବସିଲେ ରୁଷିଆର ଯୁବତୀ, ବିବାହ କଲେ
ସାକ୍ଷାତକାର ସମୟରେ ମମତା କୁଲକର୍ଣ୍ଣି ଏହା ମଧ୍ୟ କହିଛନ୍ତି ଯେ ମୁଁ ସେତେବେଳେ ଯୌନ ସମ୍ପର୍କ ବିଷୟରେ ଜାଣି ନଥିଲି। ଯେପର୍ଯ୍ୟନ୍ତ ଆପଣ ଯୌନ ସମ୍ବନ୍ଧରେ ଜାଣି ନାହାନ୍ତି, ଆପଣ କିଛି ଭୁଲ୍ ଅନୁଭବ କରନ୍ତି ନାହିଁ। ସେଥିପାଇଁ ଅର୍ଦ୍ଧନଗ୍ନ ଫଟୋସୁଟ ବିଷୟରେ ମୋର ଠିକ୍ ଏବଂ ଭୁଲ ବିଷୟରେ କୌଣସି ଧାରଣା ନଥିଲା।
ଆପଣ ବିଶ୍ୱାସ କରିବେ ନାହିଁ ଯେ, ମୁଁ ୨୩ ବର୍ଷ ପର୍ଯ୍ୟନ୍ତତ କୌଣସି ଅଶ୍ଳୀଳ ଭିଡିଓ ଦେଖି ନଥିଲି। ମୁଁ ସେହି ସମୟରେ ଜାଣି ନଥିଲି ଯେ ଫଟୋସୁଟ୍ ସଠିକ୍ ବାର୍ତ୍ତା ଦେଉଛି ନା ଭୁଲ୍। ଏଭଳି କହି ସେ ତାଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଉଚିତ୍ ଉତ୍ତର ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ପ୍ରତିଦିନ ପିଅନ୍ତୁ ଘିଅ କଫି: ଶରୀରକୁ ମିଳିବ ଶକ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/02/xpgj5B3O6ZcLoX4Ydpw1.jpeg)