୨୦୨୪ ନିର୍ବାଚନ ପାଇଁ ମମତା କଂଗ୍ରେସ ସହ ମେଣ୍ଟ କରିବାକୁ ପ୍ରସ୍ତୁତ: ପାୱାର

Advertisment
ରୁଟି ଓଲଟାଇବାର ସମୟ ଆସିଗଲାଣି, ବିଳମ୍ବ ନ ହେବା ଆବଶ୍ୟକ: ଶରଦ ପାୱାର

Newsmobile

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଯଦି ବିରୋଧୀ ଦଳମାନଙ୍କ ମଧ୍ୟରେ ମେଣ୍ଟ ହେବ ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସମେତ ଅନ୍ୟ ଦଳ ସହ ମେଣ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି । କଂଗ୍ରେସ ସହ ମେଣ୍ଟ କରିବା ନେଇ ମମତାଙ୍କର ପୂର୍ବରୁ ଆପତ୍ତି ଥିଲା। କିନ୍ତୁ ରାଷ୍ଟ୍ରୀୟ ସ୍ବାର୍ଥ ପାଇଁ ମମତା ତାଙ୍କ ପୂର୍ବ ନିଷ୍ପତ୍ତିରୁ ଓହରି ଏବେ କଂ‌ଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ସହ ମେଣ୍ଟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି।

ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ସମୟରେ ପାୱାର ଏହି ଟିପ୍ପଣୀ ‌ଦେଇଛନ୍ତି। ଅନ୍ୟପକ୍ଷରେ ମମତା ଏବଂ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏହି ପ୍ରସଙ୍ଗରେ ଅଧିକ ଆଲୋଚନା ପାଇଁ ସୋନିଆଙ୍କୁ ଭେଟିବାକୁ ଯୋଜନା କରିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe