ଭୋଟ ନ ଦେଲେ ନାଗରିକତା ଚାଲିଯିବ: ମମତା

Advertisment
ନନ୍ଦୀଗ୍ରାମରେ ଚକ୍ରାନ୍ତ କରି ମୋତେ ହରାଇଦିଆଯାଇଥିଲା : ମମତା

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସମ୍ପନ୍ନ ହୋଇଛି | ତେବେ ବାକି ଥିବା ୬ଟି ପର୍ଯ୍ୟାୟ ପାଇଁ ରାଜନୈତିକ ଦଳମାନେ ଜୋରସୋରରେ ଲାଗିପଡିଛନ୍ତି | ବିଶେଷ କରି ରାଜନୈତିକ ଦଳମାନଙ୍କ ମଧ୍ୟରେ ବୟାନବାଜି ତୀବ୍ର ହୋଇଛି | ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବିବାଦୀୟ ବିବୃତ୍ତି ସାମ୍ନାକୁ ଆସିଛି। ମମତା ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗକୁ ଆସିଥିବା ଶ୍ରମିକମାନଙ୍କୁ କହିଥିଲେ ଯେ ସେମାନେ ଇଦ୍ ପାଳନ କରିବାକୁ ଯଦି ପଶ୍ଚିମବଙ୍ଗ ଆସିଛନ୍ତି, ତେବେ ସେମାନେ ଭୋଟ୍ ଦେଇକି ହିଁ କର୍ମକ୍ଷେତ୍ରକୁ ଫେରିବା ଉଚିତ | ନଚେତ୍ ସେମାନଙ୍କର ନାଗରିକତା ଚାଲିଯିବ |

ମମତା ଆଜି ଏକ ସଭାରେ କହିଛନ୍ତି ଯେ ଯଦି ଇଦ୍ ପାଇଁ ଘରକୁ ଆସିଛନ୍ତି ତେବେ ଦୟାକରି ଭୋଟ୍ ନଦେଇ ଫେରିଯିବେ ନାହିଁ କାରଣ ଯଦି ଆପଣ ଭୋଟ୍ ନ ଦିଅନ୍ତି ତେବେ ସେମାନେ ଆପଣଙ୍କର ଆଧାର କାର୍ଡ ଏବଂ ଆପଣଙ୍କ ନାଗରିକତ୍ୱ ଛଡ଼ାଇ ନେଇଯିବେ | ମୁଁ ଆସାମରେ ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇ ନ ଥିଲି ଓ ଏଠାରେ ବି ଏହାକୁ କାର୍ଯ୍ୟକାରୀ କରିବାକୁ ଦେବି ନାହିଁ | ବିଜେପିର ନାମ ନ ନେଇ ମମତା କହିଛନ୍ତି ଯେ ବର୍ତ୍ତମାନ ସେମାନେ ୟୁସିସି ବିଷୟରେ ମଧ୍ୟ କହୁଛନ୍ତି, ଆପଣ ଜାଣନ୍ତି କି ଏହା ଦ୍ୱାରା କ’ଣ ହେବ? ଯଦି ସେମାନେ ୟୁସିସି ଆଣନ୍ତି ତେବେ ତୁମେ ତୁମର ପରିଚୟ ହରାଇବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe