କୋଲକାତା: ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଏବେ ଟିଏମ୍ସି ନେତାମାନଙ୍କୁ ଧମକାଉଛନ୍ତି । ଟିଏମ୍ସି ନେତା ଏବଂ ଲୋକ ପ୍ରତିନିଧିମାନେ ବିଜେପିରେ ଯୋଗ ନଦେଲେ ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ଜେଲ୍ ପଠାଯିବ ବୋଲି ଧମକ ମିଳୁଛି। କୋଲକାତାରେ ଆଜି ସହିଦ ଦିବସ ରୢାଲିରେ ଉଦ୍ବୋଧନ ଦେଇ ମମତା କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଏଭଳି କାର୍ଯ୍ୟ ତାଙ୍କୁ ଦବାଇ ପାରିବ ନାହିଁ। ବିଜେପି ଆମ ବିଧାୟକମାନଙ୍କୁ ଏବେ ଅର୍ଥ ଓ ଅନ୍ୟ ପ୍ରଲୋଭନ ଦେଖାଇ ନିଜ ପଟକୁ ନେବାକୁ ପ୍ରୟାସ କରୁଛି। ଜଣେ ଜଣେ ବିଧାୟକଙ୍କୁ ୨ କୋଟି ଟଙ୍କା ଏବଂ ପେଟ୍ରୋଲ ପମ୍ପ୍ ଦିଆଯିବ ବୋଲି କୁହାଯାଇଛି। କର୍ଣ୍ଣାଟକ ଭଳି ସ୍ଥିତି ପଶ୍ଚିମବଂଗରେ ସୃଷ୍ଟି କରିବାକୁ ବିଜେପି ସବୁ ପ୍ରୟାସ ଚଳାଇଛି ବୋଲି ମମତା କହିଛନ୍ତି।
କେନ୍ଦ୍ରୀୟ ଏଜେନ୍ସି ଟିଏମ୍ସି ନେତାଙ୍କୁ ଧମକାଉଛି: ମମତା
Advertisment
Follow Us