ଜିଏସ୍‌ଟିକୁ ମମତା ‘ଗ୍ରେଟ ସେଲଫିସ୍‌ ଟ୍ୟାକ୍ସ’ କହିଲେ

ଜିଏସ୍‌ଟି ଜନିତ ମାନ୍ଦାବସ୍ଥା ସାମୟିକ: ଆସୋଚାମ୍‌

କୋଲକାତା: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜିଏସ୍‌ଟିର ନୂଆ ପ୍ରକାର ଅର୍ଥ ବାହାର କରିଛନ୍ତ। ଜିଏସ୍‌ଟି ମାନେ ଦ୍ରବ୍ୟ ଓ ସେବା କର ନୁହେଁ, ବରଂ ମହାନ୍‌ ସ୍ୱାର୍ଥପର କର(ଗ୍ରେଟ ସେଲଫିସ୍‌ ଟ୍ୟାକ୍ସ) ବୋଲି ସୋମବାର ମମତା ଟ୍ଵିଟ୍‌ କରିଛନ୍ତି। ତାଙ୍କ ମତରେ, ଜିଏସ୍‌ଟି ଲୋକ୍‌ଙ୍କୁ ହଇରାଣ କରିଛି, ବୃତ୍ତି ଛଡ଼ାଇନେଇଛି, ବ୍ୟବସାୟ ବୁଡାଇ ଦେଇଛି ଏବଂ ଦେଶର ଆର୍ଥିକ ବ୍ୟବସ୍ଥାକୁ ପକ୍ଷାଘାତ କରିଦେଇଛି। ବିମୁଦ୍ରାକରଣ କରିଥିବା ବିଜେପି ସରକାର ଏହାର ବର୍ଷ ପୂର୍ତ୍ତି ପାଳନ ଅବସରରରେ କଳାଧନ ବିରୋଧୀ ଦିବସ ପାଳନ କରିବାକୁ ଯାଉଥିଲା ବେଳେ ଏହାକୁ କଳା ଦିବସ ଭାବେ ପାଳିିବାକୁ ମମତା ଟ୍ଵିଟରରେ ଆହ୍ଵାନ କରିଛନ୍ତି। ବିମୁଦ୍ରାକରଣ ଏକ ବଡ଼ ଦୁର୍ନୀତି ବୋଲି ସେ କହିବା ସହିତ ଏହାକୁ କଳା ଦିବସ ଭାବେ ପାଳନ କରିବା ପାଇଁ ନିଜ ଟ୍ଵିଟର ପୃଷ୍ଠାକୁ କଳା କରିଦେଇଛନ୍ତି। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ମମତା ଜିଏସ୍‌ଟି ଭୁଲ ନୁହେଁ କିମ୍ବା ସେ ଏହାର ବିରୋଧୀ ନୁହନ୍ତି ବରଂ ଏହାକୁ କେନ୍ଦ୍ର ସରକାରଙ୍କ ପ୍ରଣୟନ କରିବା ପଦ୍ଧତିିକୁ ସେ ବିରୋଧ କରୁଛନ୍ତି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe