ମମତାଙ୍କୁ ଝଟ୍‌କା:ଟିଏମ୍‌ସିର ୨ ବିଧାୟକ, ୫୦ କାଉନ୍‌ସିଲର ବିଜେପିରେ ସାମିଲ

ଜଣେ ସିପିଏମ୍‌ ବିଧାୟକ ବି ବିଜେପିରେ ୭ଟି ପର୍ଯ୍ୟାୟରେ ଯୋଗଦାନ ପ୍ରକ୍ରିୟା ଚାଲିବ: ବିଜୟବର୍ଗୀୟ

ମମତାଙ୍କୁ ଝଟ୍‌କା:ଟିଏମ୍‌ସିର ୨ ବିଧାୟକ, ୫୦ କାଉନ୍‌ସିଲର ବିଜେପିରେ ସାମିଲ

ନୂଆଦିଲ୍ଲୀ: ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଜି ଶକ୍ତ ଝଟ୍‌କା ମିଳିଛି। ଟିଏମ୍‌ସିର ୨ ଜଣ ବିଧାୟକ ଏବଂ ୫୦ ଜଣ କାଉନ୍‌ସିଲର ଆଜି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ସିପିଏମ୍‌ର ମଧ୍ୟ ଜଣେ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ପଶ୍ଚିମବଂଗରେ ବିଜେପିର ପ୍ରଭାବଶାଳୀ ପ୍ରଦର୍ଶନ ପରେ ଟିଏମ୍‌ସି ଏବଂ ବାମଦଳରେ ସଙ୍କଟ ବଢ଼ିବାରେ ଲାଗିଛି। ବିଜେପି ନେତା ମୁକୁଲ ରାୟଙ୍କ ପୁଅ ବିଧାୟକ ଶୁଭ୍ରାଂଶୁ ରାୟ, ଟିଏମ୍‌ସି ବିଧାୟ କତୁଷାରକାନ୍ତି ଭଟ୍ଟାଚାର୍ଯ୍ୟ ଏବଂ ସିପିଏମ୍‌ ବିଧାୟକ ଦେବେନ୍ଦ୍ର ନାଥ ରାୟ ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟ ଏବଂ ମୁକୁଲ ରାୟଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଥିଲେ। ଏହା ସହିତ ୫୦ରୁ ଅଧିକ କାଉନ୍‌ସିଲର ମଧ୍ୟ ଟିଏମ୍‌ସି ଛାଡ଼ି ବିଜେପିରେ ସାମିଲ ହେବା ଆଉ ଏକ ଉଲ୍ଲେଖନୀୟ ଘଟଣା ।
ଏହି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳୟରେ ବିଜୟବର୍ଗୀୟ କହିଛନ୍ତି ଯେ ଦେଶରେ ସାଧାରଣ ନିର୍ବାଚନ ଯେଭଳି ୭ଟି ପର୍ଯ୍ୟାୟରେ ହୋଇଥିଲା, ସେଭଳି ବିଜେପିରେ ଯୋଗଦାନ ପ୍ରକ୍ରିୟା ମଧ୍ୟ ୭ଟି ପର୍ଯ୍ୟାୟରେ ହେବ। ଏହା କେବଳ ଆରମ୍ଭ ବୋଲି ସେ କହିଛନ୍ତି। ଗତମାସରେ ଏକ ନିର୍ବାଚନୀ ରୢାଲିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟିଏମ୍‌ସିରେ ନିର୍ବାଚନ ପରେ ବିଦ୍ରୋହ ହେବାକୁ ଯାଉଛି ଏବଂ ୪୦ ଜଣ ବିଧାୟକ ବିଜେପି ସହ ସଂପର୍କରେ ଅଛନ୍ତି। ଲୋକସଭା ନିର୍ବାଚନରେ ପଶ୍ଚିମବଂଗରେ ବିଜେପି ଏଥର ବଡ଼ ସଫଳତା ହାସଲ କରିଛି ଏବଂ ୪୨ ଲୋକସଭା ଆସନରୁ ୧୮ଟି ହାସଲ କରିଛି। ୨୦୧୪ରେ ଏହାକୁ ମାତ୍ର ୨ଟି ଆସନ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe