ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ ମମତା: ବୁଧବାର ସାମିଲ ହେବେ ୫ ନୂଆ ମୁହଁ

Advertisment
ମମତା-ଅଖିଳେଶ ମେଣ୍ଟ, ନବୀନଙ୍କୁ ଭେଟିବେ

IndiaTV News

କୋଲକାତା: ବୁଧବାର ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରିମଣ୍ଡଳ ଅଦବଦଳ ବଦଳ ହେବ। ୪ରୁ ୫ ଜଣ ନୂଆ ମୁହଁ ମନ୍ତ୍ରୀ ପରିଷଦରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳରୁ କିଛି ମନ୍ତ୍ରୀଙ୍କୁ ବିଦା କରାଯାଇ ଦଳୀୟ ଦାୟିତ୍ବ ପ୍ରଦାନ କରାଯିବ। ରାଜ୍ୟ କ୍ୟାବିନେଟର ସମ୍ଭାବ୍ୟ ବିଲୋପ ସମ୍ପର୍କିତ ରିପୋର୍ଟକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ ଭଙ୍ଗ କରି ଏକ ନୂଆ କ୍ୟାବିନେଟ୍‌ ଗଠନ କରିବାର କୌଣସି ଯୋଜନା ନାହିଁ।

ଗତ ସପ୍ତାହରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ, ତାଙ୍କ ସହାୟକ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟି ଟଙ୍କାର ନଗଦ ଟଙ୍କା ଜବତ ହେବା ପରେ ଏହି ଘୋଷଣା କରାଯାଇଛି। ଇଡି ଦ୍ବାରା ପାର୍ଥ ଗିରଫ ହେବା ପରେ ମମତା ତାଙ୍କୁ ମନ୍ତ୍ରୀପଦରୁ ବିଦା କରିବା ସହିତ ଦଳରୁ ନିଲମ୍ବିତ କରିଥିଲେ। ପାର୍ଥ ଶିଳ୍ପ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଏବଂ ସଂସଦୀୟ ବ୍ୟାପାର ଭଳି ପାଞ୍ଚ ପାଞ୍ଚଟି ବିଭାଗର ଦାୟିତ୍ୱରେ ଥିଲେ। ଏ ସମସ୍ତ ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କ ଅଧୀନକୁ ଆସିଥିଲା। ପାର୍ଥଙ୍କ ପୂର୍ବରୁ ଦୁଇଜଣ ମନ୍ତ୍ରୀଙ୍କ ନିଧନ ହୋଇଛି। ସେମାନେ ହେଲେ ସୁବ୍ରତ ମୁଖାର୍ଜୀ ଓ ସାଧନ ପାଣ୍ଡେ। ତେଣୁ ମମତା ଆଜି କହିଛନ୍ତି ତାଙ୍କ ପକ୍ଷେ ସବୁକିଛି ପରିଚାଳନା କରିବା ସମ୍ଭବ ନୁହେଁ। ମନ୍ତ୍ରୀ ବିନା ଅନେକ ବିଭାଗ କାର୍ଯ୍ୟ କରୁଛି। ତେଣୁ କ୍ୟାବିନେଟ୍ ଅଦଳବଦଳର ଆବଶ୍ୟକତା ରହିଛି। କିନ୍ତୁ ଇଡି ଦ୍ବାରା ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ସରକାରଙ୍କ ଭାବମୂ୍ର୍ତ୍ତି ସାଧାରଣରେ ଖରାପ ହୋଇଛି। ସରକାର ନିଜ ଛବିରେ ପରିବର୍ତ୍ତନ ଆଣିବା ପାଇଁ ମନ୍ତ୍ରିମଣ୍ଡଳରେ ଏହି ଅଦଳବଦଳ ଯୋଜନା କରିଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe