ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ପାୱାର ଡ଼ାକିଥିବା ବୈଠକରେ ଯୋଗ ଦେବେ ନାହିଁ ମମତା

Advertisment
ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ପାୱାର ଡ଼ାକିଥିବା ବୈଠକରେ ଯୋଗ ଦେବେ ନାହିଁ ମମତା

Hindustan Times

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୂଡ଼ାନ୍ତ କରିବା ସହିତ ରଣନୀତି ପ୍ରସ୍ତୁତି କରିବା ନିମନ୍ତେ ଜୁନ୍‌ ୨୧ ତାରିଖ ଦିନ ୧୨ଟି ବିରୋଧୀ ଦଳର ନେତାମାନେ ଦିଲ୍ଲୀରେ ବୈଠକ କରିବେ। ଏନସିପି ସୁପ୍ରିମୋ ଶରଦ ପାୱାର ଡକାଇଥିବା ଏହି ବୈଠକରେ ୧୨ଟି ଦଳ ଭାଗ ନେବେ | ତେବେ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବେ ନାହିଁ | ତେବେ ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା ତାଙ୍କ ସ୍ଥାନରେ ଉପସ୍ଥିତ ରହିବେ। ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ହେତୁ ମମତା ବାନାର୍ଜୀ ଏହି ସଭାରେ ଯୋଗ ଦେଇ ପାରିବେ ନାହିଁ। ସେ ଶରଦ ପାୱାରଙ୍କୁ ମଧ୍ୟ ଏବାବଦରେ ଜଣାଇଦେଇଛନ୍ତି |

ତେବେ ତୃଣମୂଳ କଂଗ୍ରେସ ପକ୍ଷରୁ ଜଣେ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେବେ | ସୂଚନା ଥାଉ କି ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ହେବ ଏବଂ ଜୁଲାଇ ୨୧ରେ ଫଳାଫଳ ଘୋଷଣା କରାଯିବ। ଜୁନ୍‌ ୨୯ ହେଉଛି ନାମାଙ୍କନ ପାଇଁ ଶେଷ ତାରିଖ। ତେବେ ଜୁନ ୧୫ରେ ରାଜଧାନୀ ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳଗୁଡ଼ିକର ବୈଠକ ଡାକିଥିଲେ | ବୈଠକରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସହମତି ଭିତ୍ତିରେ ଜଣେ ସର୍ବସମ୍ମତ ପ୍ରାର୍ଥୀ ଦେବା ପାଇଁ ଏକ ସଂକଳ୍ପ ଗୃହୀତ ହୋଇଥିଲା |

ତୃଣମୂଳ ସୁପ୍ରିମୋ ଏ ବାବଦରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେରଳ ମୁଖ୍ୟମନ୍ତ୍ରୀ ତଥା ବାମନେତା ପିନାରାୟି ବିଜୟନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହାରାଷ୍ଟ୍ରର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ତେଲେଙ୍ଗାନା ପ୍ରତିପକ୍ଷ କେ ଚନ୍ଦ୍ରଶେଖର ରାଓ, ତାମିଲନାଡ଼ୁର ଏମ୍‌କେ ଷ୍ଟାଲିନ, ଝାଡ଼ଖଣ୍ଡର ହେମନ୍ତ ସୋରେନ ଏବଂ ପଞ୍ଜାବର ଭଗୱନ୍ତ ମାନ୍‌ଙ୍କ ସହ ଯୋଗାଯୋଗ କରିଥିଲେ | ତେବେ ଏହି ବୈଠକରେ, ବିଜେଡି, ଆପ ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ ଦେଇନଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe