ମମତାଙ୍କ ପ୍ରଥମ ଭର୍ଚୁଆଲ ରାଲି ବଜାଇଲେ ନିର୍ବାଚନୀ ବିଗୁଲ୍‌

ପଶ୍ଚିମବଙ୍ଗରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢିଲା ଲକଡାଉନ ମିଆଦ

TheStatesman

କୋଲକାତା: ଜୁଲାଇ ୨୧ ତାରିଖରେ ତୃଣମୂଳ କଂଗ୍ରେସ ସହିଦ ଦିବସ ପାଳନ କରି ଆସୁଛି। ଏହି ଅବସରରେ ଆଜି ଦଳ ପକ୍ଷରୁ ଭର୍ଚୁଆଲ ରାଲିର ଆୟୋଜନ କରାଯାଇଥିଲା। ତୃଣୂମଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ୍‌ କରି କହିଛନ୍ତି, ଯଦି ଜନତାଙ୍କର ଆଶୀର୍ବାଦ ରହିବ ତେବେ ଆସନ୍ତା ବର୍ଷ ଆଜିର ଦିନରେ ବିଶାଳ ରାଲି କରାଯିବ। ୧୯୯୩ ମସିହା ଜୁଲାଇ ୨୧ରେ ଆମର ୧୩ ଜଣ କର୍ମୀଙ୍କୁ ବାମ ସରକାର ଗୁଳିକରି ହତ୍ୟା କରିଥିଲେ। ସେବେଠାରୁ ଏହି ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ବୁଥ୍‌ସ୍ତରୀୟ ନେତା, କର୍ମୀ ଏବଂ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଆଜି ମମତା ନିର୍ବାଚନୀ ବିଗୁଲ୍‌ ଫୁଙ୍କିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ମମତା କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ମୁହଁତୋଡ଼ ଜବାବ ଦେବେ। କେନ୍ଦ୍ରୀୟ ଏଜେନ୍ସି ଏବଂ ଅର୍ଥ ବଳରେ ବଙ୍ଗଳାର ନିର୍ବାଚିତ ସରକାରକୁ ଅସ୍ଥିର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ବାହାର ଲୋକ ଆସି ଏ ରାଜ୍ୟକୁ ଶାସନ କରିବା ସମ୍ଭବ ନୁହେଁ। ଏଠାରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କର କୌଣସି ରାଜନୈତିକ ଅନୁଭୂତି ଆଦୌ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe