Mamata's march against SIR: ଏସ୍‌ଆଇଆର୍ ବିରୋଧରେ ମମତାଙ୍କ ପଦଯାତ୍ରା: ‘ଲୋକେ ଭୋଟର ତାଲିକାରୁ ନାଁ ବାଦ୍‌ ପଡ଼ିବା ଭୟରେ ଅଛନ୍ତି’

Advertisment

ଏସ୍‌ଆଇଆର୍‌ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ)କୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ଏସ୍‌ଆଇଆରକୁ ବିଜେପି ‌ନେତୃତ୍ବାଧୀନ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନ ଦ୍ବାରା ଏକ ନିରବ ଅଦୃଶ୍ୟ ରିଗିଂ ବୋଲି କହିଛି।

ଏସ୍‌ଆଇଆର୍‌ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ)କୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ଏସ୍‌ଆଇଆରକୁ ବିଜେପି ‌ନେତୃତ୍ବାଧୀନ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନ ଦ୍ବାରା ଏକ ନିରବ ଅଦୃଶ୍ୟ ରିଗିଂ ବୋଲି କହିଛି।

sfhhffh

କୋଲକାତା: ଏସ୍‌ଆଇଆର୍‌ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ)କୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ଏସ୍‌ଆଇଆରକୁ ବିଜେପି ‌ନେତୃତ୍ବାଧୀନ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନ ଦ୍ବାରା ଏକ ନିରବ ଅଦୃଶ୍ୟ ରିଗିଂ ବୋଲି କହିଛି। ଏସ୍‌ଆଇଆର୍‌କୁ ବିରୋଧ କରି ମମତା ଆଜି ରେଡ୍‌ ରୋଡ୍‌ର  ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରୁ ପ୍ରାୟ ୩.୮ କିମି  ପଦଯାତ୍ରା କରିଛନ୍ତି। ଏହି ଯାତ୍ରା ରବିନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଗୃହ ଯୋଡ଼ାସାଙ୍କୋ ଠାକୁର ବାଡ଼ି ନିକଟ‌ରେ ଶେଷ ହୋଇଛି। 

ବିଜେପି ଉପରେ ତୀବ୍ର ଆକ୍ରମଣ କରି ମମତା କହିଛନ୍ତି, ‘ଅନେକ ଅସଂଗଠିତ କ୍ଷେତ୍ରର କର୍ମଚାରୀ ସେମାନଙ୍କ ନାମ ତାଲିକାରୁ ବାଦ୍‌ ପଡ଼ିଯିବ ବୋଲି ଆଶଙ୍କା କରି ଭୟଭୀତ ହୋଇପଡ଼ିଛନ୍ତି। ଯିଏ ବଙ୍ଗଳାରେ କଥା ହେଉଛି ସେମାନଙ୍କୁ ବାଂଲାଦେଶୀ ବୋଲି ଚିହ୍ନିତ କରାଯାଉଛି ବୋଲି ମମତା ଅଭିଯୋଗ କରିଛନ୍ତି। ବିଜେପି ନେତାମାନେ ସ୍ବାଧୀନତାର ମହତ୍ବ ଜାଣିନାହାନ୍ତି ବୋଲି ଦର୍ଶାଇ ସେ କହିଛନ୍ତି, ସେମାନେ ଜାଣନ୍ତି ନାହିଁ ଯେ ସ୍ୱାଧୀନତା ପୂର୍ବରୁ ଭାରତ, ବାଂଲାଦେଶ ଏବଂ ପାକିସ୍ତାନ ଗୋଟିଏ ଭୂମିର ଅଂଶ ଥିଲା।  ବିଜେପି ଏହି ବାସ୍ତବତାକୁ ବୁଝିବାକୁ ଚାହୁନାହିଁ ଏବେ    ପଶ୍ଚିମବଙ୍ଗରେ ସେମାନେ କ୍ଷମତାକୁ ଆସିପାରିବେ ନାହିଁ। ମମତା ଆଜି ଆଜି ତାଙ୍କ ପୁତୁରା ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସହ ହଜାର ହଜାର ସମର୍ଥକଙ୍କ ଗହଣରେ ପଦଯାତ୍ରା କରିଥିଲେ।  ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ପଦଯାତ୍ରାକୁ ଏକ ସମ୍ବିଧାନ ବିରୋଧୀ କାର୍ଯ୍ୟକ୍ରମ ବୋଲି  କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe