ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦାବି କରି ମମତାଙ୍କ ରାଲି: ହସ୍ପିଟାଲ ଭଙ୍ଗାରୁଜା ପାଇଁ ବିଜେପି, ସିପିଏମ୍‌କୁ ଦାୟୀ କଲେ

Advertisment
ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦାବି କରି ମମତାଙ୍କ ରାଲି: ହସ୍ପିଟାଲ ଭଙ୍ଗାରୁଜା ପାଇଁ ବିଜେପି, ସିପିଏମ୍‌କୁ ଦାୟୀ କଲେ

‌କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସନ୍ଧ୍ୟାରେ ଏକ ରାଲିର ନେତୃତ୍ବ ନେଇଛନ୍ତି। କୋଲକାତାରେ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପାଇଁ ଫାଶୀ ଦଣ୍ଡ ଦାବି କରି ମମତା ଏହି ରାଲି କରିଛନ୍ତି। ରାଲିରେ ମମତାଙ୍କ ସହ ତାଙ୍କ ଦଳର ଅନ୍ୟ ସାଂସଦମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ‘ଆମେ ମୃତ୍ୟୁ ଦଣ୍ଡ ଚାହୁ’ ସ୍ଲୋଗାନ ଦେଇ ହଜାର ହଜାର ଟିଏମ୍‌ସି କର୍ମୀ ଏଥିରେ ସାମିଲ ହୋଇଥିଲେ।

ମମତା ମଧ୍ୟ କହିଥିଲେ, ଜନସାଧାରଣଙ୍କ ଆନ୍ଦୋଳନକୁ ମୁଁ ସାଲ୍ୟୁଟ୍‌ କରୁଛି। ‌ସେମାନେ ଠିକ୍‌ କରୁଛନ୍ତି। ହସ୍ପିଟାଲ ଭଙ୍ଗାରୁଜା ପାଇଁ ସେ ବିଜେପି ଏବଂ ସିପିଏମ୍‌କୁ ଦାୟୀ କରିଛନ୍ତି। ଅନ୍ୟପକ୍ଷେ ଆଜି କାଲକାଟା ହ‌ାଇକୋର୍ଟ ହସ୍ପିଟାଲ୍‌ରେ ଭଙ୍ଗାରୁଜା ପାଇଁ ପୁଲିସ ପ୍ରଶାସନକୁ ଦାୟୀ କରି କଡ଼ା ଭର୍ତ୍ସନା କରିଛନ୍ତି। ଆଜି ସକାଳେ ବିଜେପିର ମହିଳା କର୍ମୀମାନେ ଆର୍‌ଜି କର ହସ୍ପିଟାଲ ବାହାରେ ଆନ୍ଦୋଳନ କରିଥିଲେ। ରୁପା ଗାଙ୍ଗୁଲି ଓ ଅନ୍ୟ କେତେକ ବରିଷ୍ଠ ବିଜେପି ନେତାଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ଇତିମଧ୍ୟରେ ଡାକ୍ତର ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ଆର୍‌ଜି କର ହସ୍ପିଟାଲ ପ୍ରଶାସନ ପ୍ରତି ମମତା ସରକାରଙ୍କ କୋହଳ ଆଭିମୁଖ୍ୟ ନେଇ ଦେଶର ବିଭିନ୍ନ ସହରରେ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe