ଲୋକସଭାରେ ଉଠିଲା ମମିତା ମେହେର ପ୍ରସଙ୍ଗ

୪ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କଲେ ସାଂସଦ ସୁରେଶ ପୂଜାରୀ

ଲୋକସଭାରେ ନବ ଦାସ ହତ୍ୟାକାଣ୍ଡ ସିବିଆଇ ତଦନ୍ତ ଦାବିକଲେ ସୁରେଶ ପୂଜାରୀ

Patrika

ନୂଆଦିଲ୍ଲୀ : ବିଜେପି ସାଂସଦ ସୁରେଶ ପୂଜାରୀ ବରଗଡ଼ର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ, କଳାହାଣ୍ଡିର ମମିତା ମେହେର ହତ୍ୟାକାଣ୍ଡ, ନୟାଗଡ଼ର ପରୀ ହତ୍ୟାକାଣ୍ଡ ଓ ମାହାଙ୍ଗାରେ ବିଜେପି କାର୍ଯ୍ୟକର୍ତ୍ତା କୁଳମଣି ବେହେରା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ଲୋକସଭା ଶୂନ୍ୟକାଳରେ ଗୁରୁବାର ଦିନ ଶ୍ରୀ ପୂଜାରୀ ଏହି ଦାବି ଉଠାଇଥି‌ଲେ।

ଶ୍ରୀ ପୂଜାରୀ କହିଲେ, ଓଡ଼ିଶାର ଆଇନଶୃଙ୍ଖଳା ବ୍ୟବସ୍ଥା ବହୁତ ଖରାପ ହୋଇଯାଇଛି। ଓଡ଼ିଶାରେ ଘଟିଥିବା ଉପରୋକ୍ତ ଚାରି ହତ୍ୟାକାଣ୍ଡକୁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆଣି ହସ୍ତକ୍ଷେପ ଲୋଡ଼ୁଛନ୍ତି। ଘଟଣାଗୁଡ଼ିକୁ ଉଲ୍ଲେଖ କରି ଶ୍ରୀ ପୂଜାରୀ କହିଲେ, ବରଗଡ଼ ଜିଲ୍ଲା ତୋରା ଗାଁର ଦଳିତ ଯୁବକ ଗୋବିନ୍ଦ କୁମ୍ବାରଙ୍କୁ ଗତ ସେପ୍ଟେମ୍ବର ୨୪ରେ ପୋଲିସ ହାଜତରେ ମାରିଦିଆଗଲା। ଆଜି ପର୍ଯ୍ୟନ୍ତ ଏହି ମାମଲାର ଏଫ୍‌ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇନାହିଁ। ସେହି ଭଳି ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଗତ ଅକ୍ଟୋବର ୮ରେ ଅପହରଣ କରାଯାଇ ମାରିଦିଆଯାଇଥିଲା। ଏହି ହତ୍ୟାକାଣ୍ଡରେ ଓଡ଼ିଶା ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ହାତ ଥିବା ଲୋକେ ତଥା ତାଙ୍କ ପରିବାର ଲୋକେ କହୁଛନ୍ତି। ନୟାଗଡ଼ ଜିଲ୍ଲାର କୁନି ଝିଅ ପରୀକୁ ଅପହରଣ ଓ ହତ୍ୟା କରାଯାଇଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ଶ୍ରୀ ପୂଜାରୀ କହିଥିଲେ। ଏହି ଚାରି ମାମଲାର ରିପୋର୍ଟ ମଗାଇବା ପାଇଁ ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ନିବେଦନ କରିବା ସହ ସିବିଆଇ ଦ୍ବାରା ଏହାର ‌ତଦନ୍ତ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe