ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳକରି ହତ୍ୟା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଦୁଲାଲ ସରକାରଙ୍କୁ ବୁଧବାର ପଶ୍ଚିମବଙ୍ଗରେ ଗୁଳିକରି ହତ୍ୟା କରାଯାଇଛି। ଦୁଲାଲ ସରକାରଙ୍କୁ ବାଇକ୍ ଆରୋହୀ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଝଲଝଲିଆ ମୋର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

dulal

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଦୁଲାଲ ସରକାରଙ୍କୁ ବୁଧବାର ପଶ୍ଚିମବଙ୍ଗରେ ଗୁଳିକରି ହତ୍ୟା କରାଯାଇଛି। ଦୁଲାଲ ସରକାରଙ୍କୁ ବାଇକ୍ ଆରୋହୀ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଝଲଝଲିଆ ମୋର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯେଉଁଥିରେ ଟିଏମସି କାଉନସିଲର ଦୁଲାଲ ସରକାର ନିଜ ଜୀବନ ପାଇଁ ଦୌଡୁଥିବାର ଦେଖିବାକୁ ମିଳିଛି । ସେ ତାଙ୍କ ଦୋକାନରେ ବସିଥିବା ବେଳେ କିଛି ଲୋକ ତାଙ୍କ ପାଖକୁ ଆସିଥିଲେ। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାଇକରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ଅତି ନିକଟରୁ ଅନେକ ଥର ଗୁଳି ମାଡ଼ କରିଥିଲେ। ଡାକ୍ତରଖାନା ନିଆଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
ହତ୍ୟାପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦୁଲାଲ ସରକାର ବାବଲା ନାମରେ ପରିଚିତ ଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରି ଲେଖିଛନ୍ତି, 'ମୋର ଘନିଷ୍ଠ ସହଯୋଗୀ ତଥା ବହୁ ଲୋକପ୍ରିୟ ନେତା ବାବଲା ସରକାରଙ୍କୁ ଆଜି ହତ୍ୟା କରାଯାଇଛି। ବାବଲା ସରକାର ଏବଂ ତାଙ୍କ ପତ୍ନୀ ଚୈତାଲି ସରକାର ଆରମ୍ଭରୁ ତୃଣମୂଳ କଂଗ୍ରେସ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ବାବଲା କାଉନସିଲର ଭାବରେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe