ତାମିଲନାଡୁର ସାଲେମ୍‌ରେ ବର ‘ସୋସିଆଲିଜମ୍‌’ଙ୍କୁ ବାହା ହେବେ ଅନ୍ୟ ଜଣେ ‘ମମତା ବାନାର୍ଜୀ’

Advertisment
ତାମିଲନାଡୁର ସାଲେମ୍‌ରେ ବର ‘ସୋସିଆଲିଜମ୍‌’ଙ୍କୁ ବାହା ହେବେ ଅନ୍ୟ ଜଣେ ‘ମମତା ବାନାର୍ଜୀ’

ସାଲେମ୍‌: ଆଗାମୀ ରବିବାର ଦିନ ତାମିଲନାଡୁର ସାଲେମ୍‌ ଜିଲ୍ଲାର ‘ସୋସିଆଲିଜମ୍‌’ ‘ମମତା ବାନାର୍ଜୀ’ଙ୍କୁ ବିବାହ କରିବେ। ଏହି ବାହାଘର ନିମନ୍ତେ ଛାପା ଯାଇଥିବା ଖଣ୍ଡେ ନିମନ୍ତ୍ରଣ ପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରଠାରୁ କଥାଟି ସହରରେ ଆଲୋଚ୍ୟ ବିଷୟ ପାଲଟିଛି।

publive-image Image Courtesy of India Today

ଶୁଣିବାକୁ ବିଚିତ୍ର ଲାଗୁଥିଲେ ବି କଥାଟି ସତ। ରବିବାର ଦିନ ହେବାକୁ ଥିବା ଏହି ବିବାହରେ ବରଙ୍କର ନାମ ‘ସୋସିଆଲିଜମ୍‌’ ଏବଂ କନ୍ୟାଙ୍କର ନାମ ‘ମମତା ବାନାର୍ଜୀ’। ‘ସୋସିଆଲିଜମ୍’ ହେଉଛନ୍ତି ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ର ସାଲେମ୍ ଜିଲ୍ଲା ସଚିବ ଏ. ମୋହନଙ୍କ ପୁଅ। ସେ ହେଉଛନ୍ତି ମୋହନଙ୍କ ତୃତୀୟ ପୁତ୍ର। ମୋହନଙ୍କର ଅନ୍ୟ ଦୁଇ ପୁଅଙ୍କ ନାଁ ହେଉଛି ‘କମ୍ୟୁନିଜମ୍‌’ ଏବଂ ‘ଲେଲିନିଜମ୍’। ପାରମ୍ପରିକ ଭାବେ ମୋହନଙ୍କର ପରିବାର କମ୍ୟୁନିଷ୍ଟ୍‌ବାଦର ଅନୁଗାମୀ। ୨୦୧୬ରେ ମୋହନ ‘ପିପୁଲ୍‌ସ୍‌ ୱେଲ୍‌ଫେୟାର୍‌ ଆଲିଏନ୍‌ସ୍‌’ ତରଫରୁ ବୀରପଣ୍ଡି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

publive-image Mohans Image Courtesy of News18

ସାଲେମ୍‌ ଜିଲ୍ଲାର କଟ୍ଟୁର ଅଞ୍ଚଳବାସୀ ମୋହନ କହନ୍ତି, ପ୍ରାୟ ୮୦ ବର୍ଷ ତଳୁ ଏ ଅଞ୍ଚଳରେ କମ୍ୟୁନିଷ୍ଟବାଦ ବ୍ୟାପିଯାଇଥିଲା। ସାଲେମ୍‌ର ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ପିଲାମାନଙ୍କର ଭିଏତନାମ, ଚେକୋସ୍ଲୋଭାକିଆ, ମସ୍କୋ, ରୁଷ୍‌ ଆଦି ନାମକରଣ କରାଯାଇଥାଏ।

ପୁତ୍ରମାନଙ୍କ ସମେତ ମୋହନଙ୍କ ପରିବାର ‘ସିପିଆଇ’ର ଟାଣୁଆ ସମର୍ଥକ ଥିବା ବେଳେ ତାଙ୍କ ବୋହୂ ହେବାକୁ ଯାଉଥିବା କନ୍ୟାର ପରିବାର କଂଗ୍ରେସର ଘୋର ସମର୍ଥକ। ପୂର୍ବରୁ କଂଗ୍ରେସ ଦଳର ସଦସ୍ୟ ଥିବା ଏବକାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମାନୁସାରେ ସେ କନ୍ୟାଙ୍କର ନାମକରଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe