ପଶ୍ଚିମବଙ୍ଗରେ ବିଜେପିର ସଫଳତା ପରେ ଦଳର ଜରୁରୀ ବୈଠକ ଡାକିଲେ ମମତା, ତେଣେ ଦଳ ବିରୋଧୀ ମନ୍ତବ୍ୟ ଲାଗି ସସପେଣ୍ଡ ହେଲେ ତୃଣମୂଳ ବିଧାୟକ

Advertisment
ପଶ୍ଚିମବଙ୍ଗରେ ବିଜେପିର ସଫଳତା ପରେ ଦଳର ଜରୁରୀ ବୈଠକ ଡାକିଲେ ମମତା, ତେଣେ ଦଳ ବିରୋଧୀ ମନ୍ତବ୍ୟ ଲାଗି ସସପେଣ୍ଡ ହେଲେ ତୃଣମୂଳ ବିଧାୟକ

Image: India Today

କୋଲକାତା : ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ସଫଳତା ପରେ ଚିନ୍ତିତ ହୋଉ ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସଂଧ୍ୟାରେ ସେ ଦଳର ଏକ ଜରୁରୀ ବୈଠକ ଡକାଇଛନ୍ତି। ବିଜେପି ପଶ୍ଚିମବଙ୍ଗରେ ୪୨ଟି ଆସନ ମଧ୍ୟରୁ ୧୮ଟି ଆସନ ଲାଭ କରିବା ସହ ୪୦ ପ୍ରତିଶତ ଭୋଟ ପାଇଛି।

୨୦୧୪ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୧୭ ପ୍ରତିଶତ ଭୋଟ ପାଇଥିଲା ଏବଂ ଦୁଇଟି ଲୋକସଭା ଆସନ ଲାଭ କରିଥିଲା। ମାତ୍ର ଚଳିତ ନିର୍ବାଚନରେ ବିଜେପି ୧୩୦ଟି ବିଧାନସଭା ଆସନରେ ଆଗୁଆ ରହିଥିବା ସୂଚନା ମିଳିଛି। ଏହା ମମତାଙ୍କୁ ବିଚଳିତ କରିଛି।

ଆଉ ଏକ ଘଟଣାକ୍ରମରେ ମମତାଙ୍କ ନିର୍ଦ୍ଦେଶ କ୍ରମେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତୃଣମୂଳ କଂଗ୍ରେସ ବିଧାୟକ ଶୁଭ୍ରାଂଶୁ ରାୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଉଲ୍ଲେଖଯୋଗ୍ୟ କି ଶୁଭ୍ରାଂଶୁ ହେଉଛନ୍ତି  ବିଜେପି ନେତା ମୁକୁଲ୍ ରାୟଙ୍କ ପୁଅ। ମୁକୁଲ୍ ୨୦୧୭ ମସିହାରେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦାନ କରିଥିଲେ।

publive-image Subhrangshu Roy ( Hindustan Times )

ତୃଣମୂଳ ମହାସଚିବ ପାର୍ଥ ଚାଟାର୍ଜୀ ଏହାର ସୂଚନା କହିଛନ୍ତି,  ଶୁଭ୍ରାଂଶୁ ରାୟଙ୍କୁ ଦଳ ବିରୋଧୀ ମନ୍ତବ୍ୟ ପାଇଁ ୬ ବର୍ଷ ପାଇଁ ନିଲମ୍ବିତ କରିଛି ।  । ଦଳର ଅନୁଶାସନ କମିଟି ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ସହିତ ପରାମର୍ଶ ପରେ ଶୁଭ୍ରାଂଶୁଙ୍କୁ ଦଳରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଜପୁରରୁ ଦୁଇ ଥର ବିଧାୟକ ଶୁଭ୍ରାଂଶୁ ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପିତାଙ୍କ ସଙ୍ଗଠନ ତଥା ବିଜେପିର କୌଶଳର ପ୍ରଶଂସା କରିଥିଲେ । ସେ କହିଥିଲେ, “ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଜିତିବା ପାଇଁ ଅନେକ ପ୍ରୟାସ କଲେ କିନ୍ତୁ ତାଙ୍କ ପିତାଙ୍କ ସଙ୍ଗଠନ ତାଙ୍କ ଠାରୁ ଭଲ ପ୍ରଦର୍ଶନ କଲେ ।”

ପାର୍ଟିରୁ ନିଲମ୍ବିତ ହେବା ପରେ ଶୁଭ୍ରାଂଶୁ ରାୟ କିଛି ଦିନ ଭିତରେ ବିଜେପିରେ ସାମିଲ ହେବେ । ସେ କହିଛନ୍ତି କି, ସେ ଏବେ ମୁକ୍ତ । ତୃଣମୂଳରେ ଅନେକ ଲୋକଙ୍କ ଶ୍ୱାସରୁଦ୍ଧ ହେଉଛି । ସେ ଦାବି କରିଛନ୍ତି କି ପାର୍ଟିର ଅନ୍ୟ ନେତା ତାଙ୍କ ପଦଚିହ୍ନରେ ଚାଲିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe