ମମତା ଓ ଲକ୍ଷ୍ମୀଙ୍କୁ ମହାମଣ୍ଡଳେଶ୍ୱର ପଦରୁ ବାହାର କରାଗଲା

କିନ୍ନର ଆଖଡ଼ାର ପ୍ରତିଷ୍ଠାତା ଋଷି ଅଜୟ ଦାସ ମମତା କୁଲକର୍ଣ୍ଣୀଙ୍କୁ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଆଖଡ଼ାରୁ ବାହାର କରିଛନ୍ତି। ମମତା କୁଲକର୍ଣ୍ଣୀଙ୍କ ସମେତ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ବି ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଏବଂ ଆଖଡ଼ା ପଦବୀରୁ ବାହାର କରାଯାଇଛି।

ଅଦ୍ୟତନ ହୋଇଛି
ମ୍ତମ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ମଧ୍ୟରେ କିନ୍ନର ଆଖଡ଼ା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ନର ଆଖଡ଼ାର ପ୍ରତିଷ୍ଠାତା ଋଷି ଅଜୟ ଦାସ ମମତା କୁଲକର୍ଣ୍ଣୀଙ୍କୁ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଆଖଡ଼ାରୁ ବାହାର କରିଛନ୍ତି। ମମତା କୁଲକର୍ଣ୍ଣୀଙ୍କ ସମେତ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ବି ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଏବଂ ଆଖଡ଼ା ପଦବୀରୁ ବାହାର କରାଯାଇଛି। ଏହି ନିଷ୍ପତ୍ତି ପ‌ରେ ଆଖଡ଼ାକୁ ନୂତନ ଭାବରେ ଗଠନ କରାଯିବା ନେଇ ଋଷି ଅଜୟ ଦାସ କହିଛନ୍ତି ।

ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ କିଛି ଦିନ ପୂର୍ବରୁ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରେ  ସନ୍ୟାସିନୀ ହେବାର ସୂଚନା ଦେଇଥିଲେ। 

ଅଧିକପଢ଼ନ୍ତୁ:ବିଚାରୀ ଥକି ପଡ଼ିଲେ! ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣି କହିଲେ ସୋନିଆ ଗାନ୍ଧୀ

ମମତା  ମହାକୁମ୍ଭ ସମୟରେ କିନ୍ନର ଆଖଡ଼ାରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଡକ୍ଟର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଭେଟିଥିଲେ। ଏହାପରେ ମମତା ସଙ୍ଗମରେ ପିଣ୍ଡଦାନର ବିଧି ପାଳନ କରିଥିଲେ ଏବଂ ତାଙ୍କର କିନ୍ନର ଆଖଡ଼ାରେ ଅଭିଷେକ ହୋଇଥିଲା। ମହାକୁମ୍ଭରେ ସନ୍ୟାସ ଗ୍ରହଣ କରିବା ପରେ ମମତା କୁଲକର୍ଣ୍ଣୀଙ୍କୁ ଏକ ନୂତନ ଆଧ୍ୟାତ୍ମିକ ନାମ 'ଶ୍ରୀ ଯମାୟୀ ମମତା ନନ୍ଦ ଗିରି' ଦିଆଯାଇଥିଲା। ଏଥିସହିତ ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଭାବରେ ନିଯୁକ୍ତ କରାଯାଇଥିଲା।

ମହାମଣ୍ଡଳେଶ୍ୱର ଭାବେ ମମତାଙ୍କୁ ଚୟନ କରାଯିବା ପରେ ବିବାଦ ଦେଖା ଦେଇଥିଲା। ଏହି କ୍ରମରେ ଯୋଗଗୁରୁ ବାବାରାମଦେବ ମହାମଣ୍ଡଳେଶ୍ୱର ଭାବରେ ମମତାଙ୍କୁ ନିଯୁକ୍ତ କରାଯିବା ପରେ ପ୍ରଶ୍ନ କରିଥିଲେ କି, ‘ଯିଏ କାଲି ସାଂସାରିକ ଜୀବନ ବିତାଉଥିଲା ସେ ଗୋଟିଏ ଦିନ ଭିତରେ କେମିତି ସନ୍ଥ ହୋଇଯିବ? ମହାମଣ୍ଡଳେଶ୍ୱରର ଉପାଧି କେମିତି ମିଳିଯିବ?

ଏକ ସାକ୍ଷାତକାରରେ ମମତା କୁଲକର୍ଣ୍ଣି କହିଥିଲେ, ମୋର ଭାରତ ଛାଡିବାର କାରଣ ଆଧ୍ୟାତ୍ମିକତା ଥିଲା। ୧୯୯୬ ମସିହାରେ, ମୁଁ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହୋଇଥିଲି ଏବଂ ସେହି ସମୟରେ ମୁଁ ଗୁରୁ ଗଗନ ଗିରି ମହାରାଜଙ୍କୁ ଭେଟିଥିଲି। ତାଙ୍କ ଆଗମନ ପରେ, ଆଧ୍ୟାତ୍ମିକତା ପ୍ରତି ମୋର ଆଗ୍ରହ ବଢ଼ିଗଲା ଏବଂ ମୋର ତପସ୍ୟା ଆରମ୍ଭ ହୋଇଥିଲା। ମୁଁ ବଲିଉଡ୍ ଛାଡି ୨୦୦୦ ରୁ ୨୦୧୨ ପର୍ଯ୍ୟନ୍ତ ତପସ୍ୟା ଜାରି ରଖିଥିଲି।

ଅଧିକପଢ଼ନ୍ତୁ:ଭାରତ-ଇଂଲାଣ୍ଡ ଦିନିକିଆ ମ୍ୟାଚ ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଁ ଦୁବାଇରେ ଅନେକ ବର୍ଷ ବିତାଇଛି, ଯେଉଁଠାରେ ମୁଁ ଦୁଇଟି ଶୟନ କକ୍ଷ ବିଶିଷ୍ଟ ଫ୍ଲାଟରେ ରହି ୧୨ ବର୍ଷ ଧରି ବ୍ରହ୍ମଚର୍ଯ୍ୟ ପାଳନ କରିଥିଲି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe