୩ମାସ ପୂର୍ବେ ହୋଇଥିଲା ବିବାହ, ହୃଦଘାତରେ ସ୍ବାମୀଙ୍କ ମୃତ୍ୟୁ ହେବାରୁ ୭ମହଲା ଉପରୁ ଡେଇଁ ଜୀବନ ହାରିଲେ ସ୍ତ୍ରୀ

Advertisment
୩ମାସ ପୂର୍ବେ ହୋଇଥିଲା ବିବାହ, ହୃଦଘାତରେ ସ୍ବାମୀଙ୍କ ମୃତ୍ୟୁ ହେବାରୁ ୭ମହଲା ଉପରୁ ଡେଇଁ ଜୀବନ ହାରିଲେ ସ୍ତ୍ରୀ

ନୂଆଦିଲ୍ଲୀ: ୩ମାସ ପୂର୍ବେ ହୋଇଥିଲା ବିବାହ। ହୃଦଘାତରେ ସ୍ବାମୀଙ୍କ ମୃତ୍ୟୁ ହେବାରୁ ୭ମହଲା ଉପରୁ ଡେଇଁ ଜୀବନ ହାରିଲା ସ୍ତ୍ରୀ। ଗାଜିଆବାଦରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଉଭୟ ସ୍ବାମୀ-ସ୍ତ୍ରୀ ସାଙ୍ଗରେ ସମୟ କଟାଇବା ପାଇଁ ଦିଲ୍ଲୀରେ ଥିବା ପ୍ରାଣୀ ଉଦ୍ୟାନ ବୁଲିବାକୁ ଯାଇଥିଲେ। ସେଠାରେ ସ୍ବାମୀଙ୍କର ହୃଦଘାତ ହେବା ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁର ଦୁଃଖକୁ ସହିନପାରି ସ୍ତ୍ରୀ ୭ମହଲା ଉପରୁ ଡେଇଁ ଜୀବନ ହାରିଥିବା ସାମ୍ନାକୁ ଆସିଛି। ମୃତକଙ୍କ ନାମ ଅଭିଷେକ ଓ ଅଞ୍ଜଳି ଅହଲୁୱାଲିଆ ଥିଲା।

ସମ୍ପର୍କୀୟଙ୍କ କହିବା ମୁତାବକ, ଅଭିଷେକ ଓ ଅଞ୍ଜଳି ସୋମବାର ଦିଲ୍ଲୀରେ ଥିବା ପ୍ରାଣୀ ଉଦ୍ୟାନ ବୁଲିବାକୁ ଯାଇଥିଲେ। ସେଠାରେ ଅଭିଷେକଙ୍କ ଛାତିରେ ଯନ୍ତ୍ରଣା ହେବା ଦେଖି ଅଞ୍ଜଳି ତାଙ୍କୁ ପ୍ରଥମେ ଗୁରୁ ତେଗ୍ ବାହାଦୂର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରେ ଅଭିଷେକଙ୍କୁ ସଫଦରଜଙ୍ଗ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଅଭିଷେକଙ୍କୁ ମୃତ ଘୋଷଣା କରିଥିଲେ ଏବଂ ହୃଦଘାତ ଏହାର କାରଣ ବୋଲି ଜଣାଇଥିଲେ।

ସୋମବାର ରାତି ପ୍ରାୟ ୯ଟା ସମୟରେ ତାଙ୍କ ମୃତଦେହ ଗାଜିଆବାଦସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ପହଞ୍ଚିଥିଲା। ସ୍ୱାମୀଙ୍କ ଏଭଳି ଅକାଳ ମୃତ୍ୟୁକୁ ଗ୍ରହଣ କରିପାରୁନଥିବା ଅଞ୍ଜଳି ନିଜ ଘରର ବାଲକୋନୀରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe