ୟୁପିରେ ଚାଞ୍ଚଲ୍ୟ: କୋର୍ଟରୁମ୍‌ ମଧ୍ୟରେ ବିଚାରପତିଙ୍କ ସମ୍ମୁଖରେ ହତ୍ୟା ଅଭିଯୁକ୍ତ ଅପରାଧୀକୁ ଗୁଳିକରି ହତ୍ୟାକଲେ ଅଜ୍ଞାତ ଦୁର୍ବୃତ୍ତ

Advertisment
ୟୁପିରେ ଚାଞ୍ଚଲ୍ୟ: କୋର୍ଟରୁମ୍‌ ମଧ୍ୟରେ ବିଚାରପତିଙ୍କ ସମ୍ମୁଖରେ ହତ୍ୟା ଅଭିଯୁକ୍ତ ଅପରାଧୀକୁ ଗୁଳିକରି ହତ୍ୟାକଲେ ଅଜ୍ଞାତ ଦୁର୍ବୃତ୍ତ

NDTV

ଲକ୍ଷ୍ନୌ/ ବିଜ୍‌ନୋର: ପଶ୍ଚିମ ଉତ୍ତରପ୍ରଦେଶର ବିଜ୍‌ନୋର ସହରରେ ଆଜି ଅପରାହ୍ଣରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜନୈକ ଅଭିଯୁକ୍ତ ଅପରାଧୀକୁ ଆଜି କୋର୍ଟରୁମ୍‌ ମଧ୍ୟରେ ଖୋଦ୍‌ ବିଚାରପତିଙ୍କ ସମ୍ମୁଖରେ ଗୁଳିମାରି ହତ୍ୟା କରିଛନ୍ତି କିଛି ଅଜ୍ଞାତ ଦୁର୍ବୃତ୍ତ। ଏହି ଘଟଣା ସମଗ୍ର ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଉତ୍ତରପ୍ରଦେଶର ଆଇନ୍‌ଶୃଙ୍ଖଳା ସ୍ଥିତିକୁ ନେଇ ସମଗ୍ର ଦେଶରେ ଉଦ୍‌ବେଗ ପ୍ରକାଶ ପାଇଛି।

publive-image

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜନୈକ ଅଭିଯୁକ୍ତ ଅପରାଧୀକୁ ଆଜି ଅପରାହ୍ଣରେ ପୁଲିସ୍‌ ନିଜ ହେପାଜତରେ ପଶ୍ଚିିମ ଉତ୍ତରପ୍ରଦେଶର ବିଜ୍‌ନୋରରେ ଥିବା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଇବା ପାଇଁ ଆଣିଥିଲା। ମଧ୍ୟାହ୍ନ ବିରତି ପରେ କୋର୍ଟ କାର୍ଯ୍ୟ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ପୁଲିସ୍‌ ଅପରାଧୀକୁ ଧରି ବିଚାରପତିଙ୍କ ସମ୍ମୁଖକୁ କୋର୍ଟ ରୁମ୍‌ ମଧ୍ୟକୁ ଆଣୁଥିଲା। ତେବେ, ପୁଲିସ୍‌ ଅପରାଧୀକୁ ଧରି କୋର୍ଟରୁମ୍‌କୁ ଆସୁଥିବା ବେଳେ କୋର୍ଟରୁମ୍‌ରେ ପୂର୍ବରୁ ମହଜୁଦ୍‌ ଥିବା କିଛି ଅଜ୍ଞାତ ଦୁର୍ବୃତ୍ତ ଅପରାଧୀ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।

ଏହି ଘଟଣା କୋର୍ଟ ରୁମ୍‌ ମଧ୍ୟରେ ଘଟିଥିବା ବେଳେ ଘଟଣାସ୍ଥଳରେ ହିଁ ଅଭିଯୁକ୍ତ ଅପରାଧୀର ମୃତ୍ୟୁ ହୋଇ ଯାଇଥିଲା। ମୁତ୍ୟୁବରଣ କରିିଥିବା ହତ୍ୟା ଅଭିଯୁକ୍ତ ଅପରାଧୀର ନାଁ ହେଉଛି ଶାହାନଓ୍ଵାଜ ଅନ୍‌ସାରୀ ଏବଂ ସେ ଏକ ଡବଲ ମର୍ଡର ଘଟଣାରେ ସଂପୃକ୍ତ ଥାଇ ଦୀର୍ଘଦିନ ଧରି ଫେରାର ରହିବା ପରେ ନିକଟରେ ଦିଲ୍ଲୀ ପୁଳିସ୍‌ ନିକଟରେ ଆତ୍ମ ସମର୍ପଣ କରିଥିଲା। ଏହି ଘଟଣାରେ କୋର୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe