କୋରିୟର୍‌ ବୟ ବେଶରେ ଘରେ ପଶି କଲେ ଦୁଷ୍କର୍ମ; ପୀଡ଼ିତାଙ୍କ ଫୋନ୍‌ରେ ଉଠାଇଲେ ସେଲ୍‌ଫି

Advertisment

ପୁଣେର ଏକ ଆରାମଦାୟକ ଆବାସିକ ସମାଜରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭି‌ଯୋଗ ‌ହୋଇଛି। ଅଭିଯୋଗ ହୋଇଛି ଯେ ଅଭିଯୁକ୍ତ ନିଜକୁ ଜଣେ କୋରିୟର ଡେଲିଭରି ପାର୍ଟନର ଭାବରେ ପରିଚୟ ଦେଇ ପୀଡ଼ିତାଙ୍କ ଘରକୁ ଯାଇଥିଲେ।

ପୁଣେର ଏକ ଆରାମଦାୟକ ଆବାସିକ ସମାଜରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭି‌ଯୋଗ ‌ହୋଇଛି। ଅଭିଯୋଗ ହୋଇଛି ଯେ ଅଭିଯୁକ୍ତ ନିଜକୁ ଜଣେ କୋରିୟର ଡେଲିଭରି ପାର୍ଟନର ଭାବରେ ପରିଚୟ ଦେଇ ପୀଡ଼ିତାଙ୍କ ଘରକୁ ଯାଇଥିଲେ।

0398f2aa-b39a-4294-9849-492516e650ec

ପୁଣେ: ପୁଣେର ଏକ ଆରାମଦାୟକ ଆବାସିକ ସମାଜରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭି‌ଯୋଗ ‌ହୋଇଛି। ଅଭିଯୋଗ ହୋଇଛି ଯେ ଅଭିଯୁକ୍ତ ନିଜକୁ ଜଣେ କୋରିୟର ଡେଲିଭରି ପାର୍ଟନର ଭାବରେ ପରିଚୟ ଦେଇ ପୀଡ଼ିତାଙ୍କ ଘରକୁ ଯାଇଥିଲେ। ସେଠାରେ ହିଁ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ଏବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି। 

ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ରେ ପୁଣେର କୋନ୍ଧୱା ଅଞ୍ଚଳର ଏକ ଆବାସିକ ସମାଜରେ ଏହି ଘଟଣା ଘଟିଥିଲା। ବ୍ୟକ୍ତି ଜଣକ ପୀଡିତାଙ୍କ ଘରେ ଜଣେ କୋରିୟର୍‌ ବୟ ହୋଇ ପହଞ୍ଚିଥିଲେ। ଅଭିଯୁକ୍ତ କହିଥିଲେ ଯେ ସେ ଏକ ବ୍ୟାଙ୍କ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ନେଇ ଆସିଛନ୍ତି। ପୀଡ଼ିତାଙ୍କୁ ଏକ କଲମ ଆଣିବାକୁ କହିଥିଲେ। ପୀଡ଼ିତା ଜଣକ କଲମ ଆଣିବା ପାଇଁ ଘର ଭିତରକୁ ଯିବାବେଳେ ଅଭିଯୁକ୍ତ କବାଟ ବନ୍ଦ୍‌ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ତେବେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି; ସେ ପୀଡ଼ିତାଙ୍କ ମୁହଁରେ କିଛି ଗୋଟେ ସ୍ପ୍ରେ କରିବାରୁ ପୀଡ଼ିତା ଅଚେତ ହୋଇ ଯାଇଥିଲେ। ତା’ପରେ ତାଙ୍କୁ ଦୁଷ୍କର୍ମ କରିବାକୁ ସହଜ ହୋଇଥିଲା। ଦୁଷ୍କର୍ମ କରିବା ପରେ ପୀଡ଼ିତା‌ଙ୍କ ଫୋନ୍‌ରେ ସେଲ୍‌ଫି ଉଠାଇବା ସହ ‘ମୁଁ ପୁଣି ଆସିବି’ ବୋଲି ଏକ ମେସେଜ୍‌ ଲେଖି ଯାଇଥିବା ସୂଚନା ରହିଛି। ପୀଡ଼ିତା ଯଦି ଏ ସଂକ୍ରାନ୍ତରେ କାହାକୁ କୁହନ୍ତି ତ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ବି ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe