ସରକାରୀ କର୍ମଚାରୀଙ୍କ ଗୁହାରି : ‘ମୋତେ ନ୍ୟାୟ ଦିଅନ୍ତୁ, ମୋ ସ୍ତ୍ରୀ ପରପୁରୁଷଙ୍କ ପ୍ରେମରେ ଉବୁଟୁବୁ’

Advertisment
ସରକାରୀ କର୍ମଚାରୀଙ୍କ ଗୁହାରି : ‘ମୋତେ ନ୍ୟାୟ ଦିଅନ୍ତୁ, ମୋ ସ୍ତ୍ରୀ ପରପୁରୁଷଙ୍କ ପ୍ରେମରେ ଉବୁଟୁବୁ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀ ପରପୁରୁଷଙ୍କ ପ୍ରେମରେ ପାଗଳ ହୋଇ ରାତିରାତି ବ‌ାହାରେ ରହିବା ଘଟଣାକୁ ନେଇ ସ୍ବାମୀ ବିରକ୍ତ ହୋଇ ଯାଇଛନ୍ତି। ସ୍ବାମୀ ଏହି ଘଟଣାକୁ ନେଇ ଏସଏସପି ମେରଠର କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ଭିକ୍ଷା କରିବା ସହିତ ଯଥା ଶୀଘ୍ର ଛାଡ଼ପତ୍ର କରାଇ ଦେବାକୁ ଗୁହାରି କରିଛନ୍ତି।

ସ୍ତ୍ରୀଙ୍କ ସ୍ବଭାବ ଦେଖି ବ୍ୟସ୍ତବିବ୍ରତ ହୋଇପଡ଼ିଥିବା ସ୍ବାମୀ ସଞ୍ଜୀବ ଅଭିଯୋଗ କରି କହିଛନ୍ତି, ‘ମୋ ସ୍ତ୍ରୀ ଅତିରିକ୍ତ ସିଟି ମାଜିଷ୍ଟ୍ରେଟଙ୍କ ପ୍ରେମରେ ପାଗଳ ହୋଇଯାଇଛି। ଏହି କାରଣରୁ ସେ ଘର ପରିବାର ଛାଡ଼ି ମୋତେ କିଛି ନକହି ରାତିରାତି ବାହାରେ ରହୁଛି। ସେ ପିସିଏସ ହେବାକୁ ଇଚ୍ଛା ରଖିଥିଲା। ଏହି କାରଣରୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଜ ସଞ୍ଜୟ କୁମାର ତାକୁ ପିସିଏସ କରିଦେବେ ବୋଲି ପ୍ରତିଶ୍ରୃତି ଦେଇ ତାଙ୍କ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖୁଛନ୍ତି। ଏହି ଘଟଣା ଅନେକ ଦିନ ହେବ ଚାଲି ଆସୁଛି। ସ୍ତ୍ରୀ ବି ସଞ୍ଜୟ କୁମାରଙ୍କ ସହିତ ସମ୍ପର୍କରେ ରହୁଛି।

ଆରଏଫସି ବିଭାଗରେ କାମ କରୁଥିବା ସଞ୍ଜୀବଙ୍କ ୨୦୦୬ ମସିହାରେ ପ୍ରେମବିବାହ ହୋଇଥିଲା। ବିବାହର କିଛିବର୍ଷ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏମିତି କି ସମ୍ପତ୍ତିକୁ ନେଇ ସଞ୍ଜୀବ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିଥିଲା। ଏହି ବିବାଦ କୋର୍ଟ ପର୍ଯ୍ୟନ୍ତ ବି ପହଞ୍ଚି ସାରିଛି। ଏହାରି ଭିତରେ ସ୍ତ୍ରୀର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଅନୈତିକ ସମ୍ପର୍କ ଥିବାର କିଛି ପ୍ରମାଣ ଓ ଅଡିଓ ରେକର୍ଡ ଧରି ସଞ୍ଜୀବ ଏସଏସପି ମେରଠର କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି।

ଏହି ଘଟଣାକୁ ନେଇ ସଞ୍ଜୀବଙ୍କ ସ୍ତ୍ରୀ ପୂଜା କହିଛନ୍ତି, ସ୍ବାମୀ ମୋ ବିରୋଧରେ ଯେଉଁ ସବୁ ଅଭିଯୋଗ କରୁଛନ୍ତି ସେ ସବୁ ମିଛ। ସେ ଓ ତାଙ୍କ ମା’ ମିଶି ମୋତେ ବହୁ ନିର୍ଯାତନା ଦେଉଥିଲେ। ମୁଁ ପିସିଏସ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ସେମାନେ ମୋତେ ବହୁତ ହଇରାଣ କରନ୍ତି। ତେଣୁ ମୁଁ ବାଧ୍ୟ ହୋଇ ଘରଛାଡ଼ି ଚାଲି ଆସିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe