ଅ‌ାଖୁ କ୍ଷେତରେ ସାର ଦେଉଥିବା ବେଳେ ମାଡ଼ିବସିଲା ବାଘ !

Advertisment
ଅ‌ାଖୁ କ୍ଷେତରେ ସାର ଦେଉଥିବା ବେଳେ ମାଡ଼ିବସିଲା ବାଘ !

www.timesnownews.com

ବରେଲି: କ୍ଷେତରେ ଚାଷ କାମ କରୁଥିବା ବେଳେ ବାଘ ଆକ୍ରମଣରେ କ୍ଷତାକ୍ତ ହୋଇଛନ୍ତି ୩ ଜଣ ଚାଷୀ। ଲକ୍ଷ୍ମୀପୁର ଖେରିର ଛେଡିପୁର ଗ୍ରାମର ଏହି ଚାଷୀମାନେ ଆଖୁ କିଆରିରେ ସାର ପକାଉଥିବା ବେଳେ ଏକ ବାଘଟି ଆସି ସେମାନଙ୍କୁ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି। ଆହତ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ସୂଚନା ରହିଛି।

ଆହତମାନେ ‌ହେଉଛନ୍ତି ରାମ ନିୱାସ, ଗୁଲସନ ଏବଂ ହରି ଓମ୍‌। ଏହି ଘଟଣା ଘଟିବା ପରେ ଆହତମାନଙ୍କୁ ଲକ୍ଷ୍ମୀପୁର ଖେରି ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ରାମ ନିୱାସ ଓ ଗୁଲ୍‌ସନଙ୍କ ଅବସ୍ଥା ସଂଘାତିକ ଥିବା ହେତୁ ସେ ଦୁହିଁଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି।

ଡିଭିଜନାଲ୍‌ ଫରେଷ୍ଟ ଅଫିସର୍‌ ଅନୀଲ ପଟେଲ୍‌ ଘଟଣା ଘଟିବା ପରେ ସଂପୃକ୍ତ ଅଞ୍ଚଳରେ ପହଞ୍ଚି ଘଟଣାସ୍ଥଳକୁ ବୁଲି ଦେଖିଛନ୍ତି। ବାଘଟିକୁ ଓଲଟା ଜଙ୍ଗଲକୁ ପଠାଇବା ପାଇଁ ଏକ କମ୍ବିଂ ଅପରେସନ୍‌ କରିଥିବା ଜାଣିବାକୁ ମିଳିଛି।

ଏ ନେଇ ପଟେଲ୍‌ କହିଛନ୍ତି, ‘ଆମ ଦଳ ବାଘଟିକୁ ଜଙ୍ଗଲକୁ ନପଠାଇବା ପର୍ଯ୍ୟନ୍ତ ଏହି ଗାଁରେ ରହି ଅପରେସନ ଜାରି ରଖିବ। ପରିସ୍ଥିତି ଆୟତ୍ତକୁ ନ ଆସିବା ପର୍ଯ୍ୟନ୍ତ ଅପରେସନ ସେପରି ଚାଲିଥିବ। ଏହି ବାଘ ଆକ୍ରମଣ ଆମ ସମସ୍ତଙ୍କୁ ଚକିତ କରିଛି। କାରଣ ଏହି ଅଞ୍ଚଳରେ ଏପରି ଘଟଣା ପୂର୍ବରୁ କେବେ ଘଟି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe