ଦିଲ୍ଲୀ ବିମାନ ବନ୍ଦରରେ ବୋମା ଥିବା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ଧମକ ଦେବା ଘଟଣାରେ ଦିଲ୍ଲୀ ପୁଲିସ ଶୁଭମ ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ବୋମା ଧମକ ଦେଇଥିଲା ବୋଲି ସ୍ବୀକାର କରିଛି।

airport

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ଧମକ ଦେବା ଘଟଣାରେ ଦିଲ୍ଲୀ ପୁଲିସ ଶୁଭମ ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପୁଲିସକୁ ସେ କହିଛି ଯେ ଟେଲିଭିଜନରେ ଏଭଳି ଖବର ଦେଖିବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ସୋସିଆଲ ମିଡିଆ ଜରିଆରେ ବିମାନବନ୍ଦରରେ ବୋମା ମାଡ଼ କରିବାକୁ ଧମକ ଦେଇଥିଲା।

ଗତ ଅକ୍ଟୋବର ୨୫/୨୬ ତାରିଖ ବିଳମ୍ବିତ ରାତିରେ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଆଇଜିଆଇ ବିମାନବନ୍ଦରରେ ଦୁଇଟି ସନ୍ଦେହଜନକ ଏବଂ ବୋମା ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଏହାପରେ ସମସ୍ତ ସୁରକ୍ଷା ପ୍ରୋଟୋକଲ ପାଳନ କରାଯାଇଥିଲା କିନ୍ତୁ ବୋମା ଧମକ ମିଥ୍ୟା ସାବ୍ୟସ୍ତ ହୋଇଥିଲା। ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଦିଲ୍ଲୀର ଉତ୍ତମ ନଗରରେ ରହୁଥିବା ଶୁଭମ ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତି ଏହି ମେସେଜ୍ ପଠାଇଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ପୁଲିସ ମାନୁଆଲ୍ ଇଣ୍ଟେଲିଜେନ୍ସ ଓ ଟେକ୍ନିକାଲ ଇଣ୍ଟେଲିଜେନ୍ସ ସହାୟତାରେ ଅଭିଯୁକ୍ତ ଶୁଭମକୁ ଧରିଥିଲା।

ପଚରାଉଚରା ବେଳେ ଶୁଭମ ନିଜ ଅପରାଧ ସ୍ୱୀକାର କରିଥିବା ବେଳେ ଟିଭିରେ ସମାନ ଖବର ଦେଖିବା ପରେ ସେ ଧ୍ୟାନ ଆକର୍ଷଣ କରିବା ପାଇଁ ସୋସିଆଲ ମିଡିଆ ଜରିଆରେ ଏୟାରପୋର୍ଟରେ ବୋମା ମାଡ଼ କରିବାକୁ ଧମକ ଦେଇଥିଲେ। ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe