ବୋମା ଧମକ ଦେଇ ମୁମ୍ବାଇରେ ଆତଙ୍କ ଖେଳାଇଥିବା ବ୍ୟକ୍ତି ନୋଇଡ଼ାରୁ ଗିରଫ

Advertisment

ଗତକାଲି ମୁମ୍ବାଇକୁ ବୋମା ଧମକ ମିଳିଥିବା ‌ବେଳେ ଆ‌ଜି ଧମକ ପଠାଇବା ଅଭିଯୋଗରେ ଉତ୍ତର ପ୍ରଦେଶର ନୋଏଡାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ସେ ମୁମ୍ବାଇରେ ଅନେକ ବୋମା ଦ୍ବାରା ପୂରା ସହରକୁ ଥରାଇ ଦେଇଥିଲା। 

ଗତକାଲି ମୁମ୍ବାଇକୁ ବୋମା ଧମକ ମିଳିଥିବା ‌ବେଳେ ଆ‌ଜି ଧମକ ପଠାଇବା ଅଭିଯୋଗରେ ଉତ୍ତର ପ୍ରଦେଶର ନୋଏଡାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ସେ ମୁମ୍ବାଇରେ ଅନେକ ବୋମା ଦ୍ବାରା ପୂରା ସହରକୁ ଥରାଇ ଦେଇଥିଲା। 

New Project (61)

ମୁମ୍ବାଇ: ଗତକାଲି ମୁମ୍ବାଇକୁ ବୋମା ଧମକ ମିଳିଥିବା ‌ବେଳେ ଆ‌ଜି ଧମକ ପଠାଇବା ଅଭିଯୋଗରେ ଉତ୍ତର ପ୍ରଦେଶର ନୋଏଡାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ସେ ମୁମ୍ବାଇରେ ଅନେକ ବୋମା ଦ୍ବାରା ପୂରା ସହରକୁ ଥରାଇ ଦେଇଥିଲା। 

ପୋଲିସ କହିଛି ଯେ, ୫୧ ବର୍ଷୀୟ ଅଭିଯୁକ୍ତ ଅଶ୍ୱିନୀ କୁମାର ନାମକ ଏହି ବ୍ୟକ୍ତି ବିହାରର ପାଟଳୀପୁତ୍ରର ବାସିନ୍ଦା। ସେ ଗତ ପାଞ୍ଚ ବର୍ଷ ଧରି ନୋଏଡାରେ ରହୁଥିଲା ଏବଂ ପେଶାରେ ଜଣେ ଜ୍ୟୋତିଷ। ପୁଲିସ ଅଶ୍ବିନୀର ଫୋନ୍ ଏବଂ ସିମ୍ କାର୍ଡ ଜବତ କରିଛି ଏବଂ ତାକୁ ନୋଏଡାରୁ ମୁମ୍ବାଇ ଅଣାଯାଉଛି।

ଗତକାଲି ମୁମ୍ବାଇକୁ ବୋମା ଧମକ ମିଳିବା ପରେ ମୁମ୍ବାଇରେ ହାଇ ଆର୍ଲଟ ଜାରି କରାଯାଇଥିଲା। ଟ୍ରାଫିକ୍ ପୁଲିସର ସରକାରୀ ହ୍ୱାଟ୍ସଆପ୍ ନମ୍ବରକୁ ପଠାଯାଇଥିବା ଏହି ବାର୍ତ୍ତାରେ ଦାବି କରାଯାଇଥିଲା ଯେ ୩୪ଟି ଗାଡ଼ିରେ ମାନବ ବୋମା ରଖାଯାଇଛି ଏବଂ ବିସ୍ଫୋରଣ ପରେ ପୂରା ସହର "କମ୍ପିତ" ହେବ।

ପ୍ରେରକ ନିଜକୁ "ଲସ୍କର-ଏ-ଜିହାଦି"ର ସଦସ୍ୟ ବୋଲି ପରିଚୟ ଦେଇ ଅଭିଯୋଗ କରିଥିଲା ଯେ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରି ସାରିଛନ୍ତି। ଧମକରେ ଏହା ମଧ୍ୟ ଦାବି କରାଯାଇଥିଲା କି ୪୦୦ କିଲୋଗ୍ରାମ ଆର୍‌ଡିଏକ୍ସ ବିସ୍ଫୋରଣ କରାଯିବ। ଯାହା ଫଳରେ "୧ କୋଟି ଲୋକଙ୍କ ମୃତ୍ୟୁ" ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe