ଭୁଲ୍‌ରେ ଡାକ୍ତରଖାନାରେ ନିଜ କାର୍‌ ଛାଡ଼ି ଆମ୍ବୁଲାନ୍‌ସ୍‌ ଚଳାଇ ଘରକୁ ଫେରିଲେ ବ୍ୟବସାୟୀ

ଭୁଲ୍‌ରେ ଡାକ୍ତରଖାନାରେ ନିଜ କାର୍‌ ଛାଡ଼ି ଆମ୍ବୁଲାନ୍‌ସ୍‌ ଚଳାଇ ଘରକୁ ଫେରିଲେ ବ୍ୟବସାୟୀ

Image Courtesy of HT

ଚେନ୍ନାଇ: ରବିବାର ପ୍ରତ୍ୟୁଷରେ ଦକ୍ଷିଣ ଚେନ୍ନାଇ ଅନ୍ତର୍ଗତ ପାଲାବାକ୍କମର ଜଣେ ବ୍ୟବସାୟୀ ଭୁଲ୍‌ କ୍ରମେ ନିଜ ଲକ୍‌ଜୁରି କାର୍‌ ପରିବର୍ତ୍ତେ ଧତରା ଆମ୍ବୁଲାନ୍‌ଟାଏ ଚଳାଇ ଘରକୁ ଫେରିଥିଲେ।

ପୁଲିସ କହିବା ଅନୁସାରେ, ୩୦ ବର୍ଷିୟ ମିଥିଳ ଜଣେ ବନ୍ଧୁଙ୍କୁ ନିଜ ଲକ୍‌ଜୁରି କାର୍‌ରେ କେନ୍ଦ୍ରୀୟ ଚେନ୍ନାଇ ଅନ୍ତର୍ଗତ ନୁଙ୍ଗାମ୍ବକମ୍‌ସ୍ଥିତ ଏକ ଡାକ୍ତରଖାନାକୁ ଆଣିଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ସେଠାରେ ତାଙ୍କୁ ଜଣେ ଇନ୍‌ପେସଣ୍ଟ୍‌ ଭାବେ ଦାଖଲ କରି କିଛି ସମୟ ପରେ ସେଠାରୁ ଚାଲି ଆସିଥିଲେ।

ଠିକ୍‌ ସେତିକିବେଳେ ପାର୍କିଙ୍ଗ୍‌ ସ୍ଥଳରୁ ଆମ୍ବୁଲାନ୍‌ସ୍‌ଟିଏ ହଜି ଥିବା କଥା ଜାଣିବାକୁ ପାଇଥିଲେ। ଚୋରି ହୋଇ ଯାଇଥିବା ଆଶଙ୍କାରେ ସେମାନେ ଏ କଥା ପୁଲିସରେ ଜଣାଇଥିଲେ।

ଉଭୟ ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ପୁଲିସ ଆମ୍ବୁଲାନ୍‌ସ୍‌ ହଜିବା ଘଟଣାରେ ଆଚମ୍ବିତ ହୋଇ ଯାଇଥିଲେ। ପରେ ମିଥିଳଙ୍କ ଡ୍ରାଇଭର୍‌ ଆମ୍ବୁଲାନ୍‌ସ୍‌ଟି ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ ଏବଂ ଭୁଲ୍‌ରେ ତାଙ୍କ ମାଲିକ ଆମ୍ବୁଲାନ୍‌ସ୍‌ଟିକୁ ଘରକୁ ନେଇ ଯାଇଥିଲେ ବୋଲି ଡାକ୍ତରଖାନା କର୍ମଚାରୀମାନଙ୍କୁ କହିଥିଲେ।

publive-image Image Courtesy of Keralatrade

ଆମ୍ବୁଲାନ୍‌ସ୍‌ କରାଯାଇଥିବା ସେ ମାରୁତି ଓମ୍‌ନି ଭ୍ୟାନ୍‌ର ଗୋଟିଏ ସାଇଡ୍‌-ଭିଉ ମିରର୍‌ ଭାଙ୍ଗି ଯାଇଛି। ସେଥିପାଇଁ ଅର୍ଥ ଭରଣା କରିବେ ବୋଲି ମିଥିଳ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଗାଡ଼ିଟି ଫେରି ପାଇଥିବାରୁ ଡାକ୍ତରଖାନା ତରଫରୁ ଆଉ କୌଣସି ଆପତ୍ତି ନାହିଁ। କିନ୍ତୁ, ପଚରା ଉଚୁରା ପାଇଁ ପୁଲିସ ବ୍ୟବସାୟୀ ମିଥିଳଙ୍କୁ ଡକାଇଛି।

ପୁଲିସ କହିବା ଅନୁସାରେ, ତାଙ୍କ ଡ୍ରାଇଭର କହିଛି ଯେ ଭୁଲ୍‌କ୍ରମେ ମିଥିଳ ଆମ୍ବୁଲାନ୍‌ସ୍‌ ଚଳାଇ ଘରକୁ ପଳାଇଥିଲେ। କାର୍‌ କୁଆଡ଼େ ଗଲା ବୋଲି ଘର ଲୋକେ ପଚାରିବାରୁ ସେ ନିଜର ଭୁଲ୍‌ ଜାଣି ପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe