Photo Credit: PTI
ଯୋଧପୁର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଧପୁରରେ ଏକ ସର୍କିଟ ହାଉସ୍ରେ ଥିବାବେଳେ ଜଣେ ବ୍ୟକ୍ତି ସେଠାକୁ ଯାଇ ମହାମହିମଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିବା ପରେ ରାଷ୍ଟ୍ରପତିଙ୍କୁ ଯୋଗା ଯାଉଥିବା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିନେଶ ଚାନ୍ଦ ନାମକ ଏହି ବ୍ୟକ୍ତି ଜଣକ ବିନା କଟକଣାରେ ଯାଇ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିବା ପରେ ଡିୟୁଟିରେ ଥିବା ୬ ଜଣ ପୁଲିସ୍ଙ୍କୁ ନିଲମ୍ବିତ କରାଯାଇଛି।
ରାଷ୍ଟ୍ରପତି କୋବିନ୍ଦ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ୍ ଓ ରାଜ୍ୟପାଳ କଲରାଜ ମିଶ୍ର ସାଙ୍ଗ ହୋଇ ବସି ଭୋଜନ କରୁଥିବା ବେଳେ ଦିନେଶ ସର୍କିଟ ହାଉସ୍ ପାଚେରି କାନ୍ଥ ଡେଇଁ ଭିତରେ ପଶିଥିବା ଜାଣିବାକୁ ମିଳିଛି।
business-standard.comବ୍ୟକ୍ତି ଜଣଙ୍କୁ ରାଷ୍ଟ୍ରପତିଙ୍କ ନିକଟରେ ଦେଖିବା ପରେ ପୁଲିସ୍ ତୁରନ୍ତ ତାଙ୍କୁ ଟାଣି ଟାଣି ବାହାରକୁ ବାହର କରିଛି। ପୁଲିସ୍ ସୂଚନା ଦେଇ କହିଛି ଯେ ବ୍ୟକ୍ତି ଜଣକ ଆଜ୍ମେର୍ର। ତାଙ୍କର ସାମାନ୍ୟ ମସ୍ତିଷ୍କ ବିକୃତି ଅଛି।
ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ଖଣ୍ଡପୀଠ ପାଇଁ ନିର୍ମାଣ ହୋଇଥିବା ନୂଆ ସୌଦକୁ ଉନ୍ମୋଚନ କରିବାକୁ ରାଷ୍ଟ୍ରପତି କୋବିନ୍ଦ ଯୋଧପୁରରେ ଉପସ୍ଥିତ ହୋଇଥିଲେ।
Follow Us