ସ୍ବାମୀ-ସ୍ତ୍ରୀ ଭିତରେ ଲାଗିଲା ଝଗଡ଼ା: ନାକ କାମୁଡ଼ିଦେଲେ ସ୍ବାମୀ

Advertisment

କର୍ଣ୍ଣାଟକର ଦାଭାନାଗେରେରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପତ୍ନୀ ସହ ଝଗଡ଼ା କରି ଜଣେ ବ୍ୟକ୍ତି ପତ୍ନୀଙ୍କ ନାକକୁ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ଋଣ ପରିଶୋଧ କରିବା ପାଇଁ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିିଥିଲା।

କର୍ଣ୍ଣାଟକର ଦାଭାନାଗେରେରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପତ୍ନୀ ସହ ଝଗଡ଼ା କରି ଜଣେ ବ୍ୟକ୍ତି ପତ୍ନୀଙ୍କ ନାକକୁ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ଋଣ ପରିଶୋଧ କରିବା ପାଇଁ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିିଥିଲା।

New Project (3)

ବେଙ୍ଗାଲୁରୁ: କର୍ଣ୍ଣାଟକର ଦାଭାନାଗେରେରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପତ୍ନୀ ସହ ଝଗଡ଼ା କରି ଜଣେ ବ୍ୟକ୍ତି ପତ୍ନୀଙ୍କ ନାକକୁ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ଋଣ ପରିଶୋଧ କରିବା ପାଇଁ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିିଥିଲା। ଝଗଡ଼ାରେ ସ୍ବାମୀ ରାଗିଯାଇ ସ୍ତ୍ରୀଙ୍କ ନାକ‌କୁ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କ ଅବସ୍ଥା ଏବେ ଭଲ ଅଛି। 

ମହିଳା ବିଦ୍ୟା ଋଣ ନେଇଥିବା ବେଳେ ତାଙ୍କ ସ୍ୱାମୀ ବିଜୟ ଜାମିନଦାର ହୋଇଥିଲେ। ସେ କିସ୍ତି ଦେଇନପାରିବାରୁ ଋଣଦାତା ବିଦ୍ୟା ଏବଂ ବିଜୟ ଉଭୟଙ୍କୁ ହଇରାଣ କରିବା ଆରମ୍ଭ କରିଦେଲେ। ଯାହା ଫଳରେ ଦମ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

ପୁଲିସ କହିଛି ଯେ ଘଟଣାଟି ମଙ୍ଗଳବାର ଘଟିଥିଲା। ପୁରୁଷ ମହିଳାଙ୍କ ନାକର ଅଗ୍ରଭାଗ କାମୁଡ଼ିବା ପରେ ମହିଳା ଜଣକ ତଳେ ପଡ଼ିଗଲେ। ସାହାଯ୍ୟ ପାଇଁ ମହିଳାଙ୍କ ଚିତ୍କାର ଶୁଣି ପାଖ ଲୋକ ଭୟଭୀତ ହୋଇ ତାଙ୍କୁ ଚନ୍ନାଗିରି ସରକାରୀ ଡାକ୍ତରଖାନାକୁ ନେଇଗଲେ। ଏହି ଘଟଣାରେ ତାଙ୍କ ନାକ କଟି ଯାଇଥିଲା, କିନ୍ତୁ ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି।

ବିଦ୍ୟା ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି ଏବଂ ପୁଲିସ ବିଜୟଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe