Advertisment

ଟଙ୍କା ନ ଦେଇ ପଞ୍ଚତାରକା ହୋଟେଲ୍‌ରେ ୨ ବର୍ଷ ରହିଥିଲେ ବ୍ୟକ୍ତି; ହୋଟେଲ୍‌ର ୫୮ ଲକ୍ଷ ଟଙ୍କା କ୍ଷତି

Advertisment
ଟଙ୍କା ନ ଦେଇ ପଞ୍ଚତାରକା ହୋଟେଲ୍‌ରେ ୨ ବର୍ଷ ରହିଥିଲେ ବ୍ୟକ୍ତି; ହୋଟେଲ୍‌ର ୫୮ ଲକ୍ଷ ଟଙ୍କା କ୍ଷତି

Image Courtesy of Republic World

ନୂଆଦିଲ୍ଲୀ: କେତେକ କର୍ମଚାରୀଙ୍କ ସହିତ ଗୁପ୍ତରେ ସମ୍ପର୍କ ରଖି ବିନା ଦେୟରେ ଜଣେ ବ୍ୟକ୍ତି ପ୍ରାୟ ୨ ବର୍ଷ ଧରି ଏକ ପଞ୍ଚତାରକା ହୋଟେଲ୍‌ରେ ରହିବାରୁ ହୋଟେଲ୍‌ର ୫୮ ଲକ୍ଷ ଟଙ୍କା କ୍ଷତି ହୋଇଥିବା କଥା ଅଭିଯୋଗ ହୋଇଛି।

ଏ ସଂକ୍ରାନ୍ତରେ ଏରେସିଟିସ୍ଥିତ ଉକ୍ତ ପଞ୍ଚତାରକା ହୋଟେଲ୍‌ ‘ରୋଜିଟ୍‌ ହାଉସ୍‌’ ‘ଆଇଜିଆଇ ଏୟାର୍‌ପୋର୍ଟ ଥାନା’ରେ ମାମଲା ରୁଜୁ କରିଛି।

‘ରୋଜିଟ୍‌ ହାଉସ୍‌’କୁ ପରିଚାଳନା କରୁଥିବା ‘ବାର୍ଡ ଏୟାର୍‌ପୋର୍ଟସ୍‌ ହୋଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର ପ୍ରତିନିଧି ବିନୋଦ ମାଲହୋତ୍ରା ଦେଇଥିବା ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ହୋଟେଲ୍‌ରେ ୬୦୩ ଦିନ ଅବସ୍ଥାନ କରିଥିବା ଅଙ୍କୁଶ ଦତ୍ତ ନାମକ ଉକ୍ତ ବ୍ୟକ୍ତିଜଣକ ବିଲ୍‌ ବାବଦକୁ ୫୮ ଲକ୍ଷ ଟଙ୍କା ନ ଦେଇ ପଳାଇଯାଇଛନ୍ତି।

Top 7 star hotels in Delhi Image Courtesy of World Media Box

ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛିଯେ, ହୋଟେଲ୍‌ର ‘ଫ୍ରଣ୍ଟ୍‌ ଅଫିସ୍‌ ଡିପାର୍ଟମେଣ୍ଟ୍‌’ର (ଅଭ୍ୟର୍ଥନା ବିଭାଗ) ମୁଖ୍ୟ ପ୍ରେମ ପ୍ରକାଶ ସମସ୍ତ ନିୟମ ଉଲ୍ଲଂଘନ କରି ଦତ୍ତଙ୍କୁ ଏତେ ଦିନ ଧରି ହୋଟେଲ୍‌ରେ ରହିବାକୁ ଅନୁମତି ଦେଇଥିଲେ। ସେ ହୋଟେଲ୍‌ ରୁମ୍‌ର ମୂଲ୍ୟ ନିରୁପଣ କରିବା ସହିତ ସମସ୍ତ ଗେଷ୍ଟ୍‌ଙ୍କ କଥା ବୁଝାବୁଝି କରୁଥିବାରୁ ହୋଟେଲ୍‌ର କମ୍ପ୍ୟୁଟର୍‌ ସିଷ୍ଟମ୍‌ ଆକ୍‌ସେସ୍‌ କରନ୍ତି।

ବୋଧହୁଏ ପ୍ରକାଶ ଦତ୍ତଙ୍କଠାରୁ କିଛି ନଗଦ ଅର୍ଥ ଗ୍ରହଣ କରିଛନ୍ତି। ସେଥିପାଇଁ କମ୍ପ୍ୟୁଟର୍‌ ସଫ୍ଟୱେର୍‌ ଜରିଆରେ ରେକର୍ଡ ଅଦଳବଦଳ କରି ତାଙ୍କୁ ବିନା ଦେୟରେ ଦୀର୍ଘ ଦିନ ଧରି ହୋଟେଲ୍‌ରେ ରହିବାକୁ ଅନୁମତି ଦେଇଥି‌ଲେ। ଏହାଛଡ଼ା, ଦତ୍ତ ବିଭିନ୍ନ ତାରିଖରେ ୧୦ ଲକ୍ଷ, ୭ ଲକ୍ଷ ଓ ୨୦ ଲକ୍ଷ ଟଙ୍କାର ଚେକ୍‌ ଦେଇଥିବା କଥା ହୋଟେଲ୍‌ ଦୃଷ୍ଟିକୁ ଆସିଛି। କିନ୍ତୁ, ସେଗୁଡ଼ିକ ‘ବାଉନ୍‌ସ୍‌’ ହୋଇଯାଇଛି ବୋଲି ‘ଏଫ୍‌ଆଇଆର୍‌’ରେ ଅଭିଯୋଗ କରାଯାଇଛି।

ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe