Image Courtesy of NDTV
ହାଇଦ୍ରାବାଦ: ‘ଆଣ୍ଟି-କରପ୍ସନ୍ ବ୍ୟୁରୋ’ (ଏସିବି) ହାତରେ ଧରା ନ ପଡ଼ିବା ପାଇଁ ମଙ୍ଗଳବାର ଦିନ ତେଲେଙ୍ଗାନାର ନଗରକୁର୍ଣ୍ଣୁଲ୍ ଜିଲ୍ଲାର ଜଣେ ବ୍ୟକ୍ତି ଜଣେ ତହସିଲ୍ଦାର୍ଙ୍କ ନିର୍ଦେଶକ୍ରମେ ସଂଗ୍ରହ କରିଥିବା ୫ ଲକ୍ଷ ଟଙ୍କାର ‘ଲାଞ୍ଚ’ ଅର୍ଥକୁ ନିଜ ଘରେ ପୋଡ଼ି ପକାଇଛନ୍ତି।
‘ଏସିବି’ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସଂଗୃହୀତ ‘ଲାଞ୍ଚ’ ଅର୍ଥରେ ଥିବା ୪୬ଟି ୨୦୦୦ଟଙ୍କିଆ ନୋଟ୍ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଅଳ୍ପ କେତୋଟି ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ୍ ଆଂଶିକ ପୋଡ଼ିଯାଇଛି।
କୌଣସି ସରକାରୀ କାର୍ଯ୍ୟରେ ଅନୁଗ୍ରହ ପାଇବା ନିମନ୍ତେ ତହସିଲ୍ଦାର୍ ସମ୍ପୃକ୍ତ ସାଧାରଣ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ‘ଲାଞ୍ଚ’ ଯୋଗାଡ଼ କରିବାକୁ କହିଥିଲେ ବୋଲି ଅଭିଯୋଗ ହୋଇଥିବା କଥା ‘ଏସିବି’ର ଏକ ରିଜିଲ୍ରେ ଉଲ୍ଲେଖ ଅଛି।
Image Courtesy of Great Andhraଉକ୍ତ ସରକାରୀ ଅନୁଗ୍ରହଟି ଥିଲା, ଖଣି ଲିଜ୍ ମଞ୍ଜୁରି ପାଇବା ନିମନ୍ତେ ଏକ ‘ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ୍’ (ଏନ୍ଓସି) ହାସଲ କରି ତାହାକୁ ‘ମାଇନ୍ସ୍ ଆଣ୍ଡ୍ ଜିଓଲୋଜି ବିଭାଗ’କୁ ପଠାଇବା।
ପ୍ରାପ୍ତ ସୂଚନା ଅନୁସାରେ, ‘ଏସିବି’ ଅଧିକାରୀମାନେ ଆସିଥିବା ସନ୍ଦେହ କରି ସମ୍ପୃକ୍ତ ବ୍ୟକ୍ତିଜଣକ ଘର ଭିତରପଟୁ କବାଟ କିଳି ଦେଇ ରୋଷେଇ ଘରେ ଥିବା ଗ୍ୟାସ୍ ଚୁଲାରେ ‘ଲାଞ୍ଚ’ ଅର୍ଥରାଶି ପୋଡ଼ି ପକାଇଥିଲେ।
‘ଏସିବି’ ଅଧିକାରୀମାନେ କେବଳ ଆଂଶିକ ପୋଡ଼ିଯାଇଥିବା କେତୋଟି ନୋଟ୍ ଉଦ୍ଧାର କରି ଲୋକଟିକୁ ହାଜତକୁ ନେଇଛନ୍ତି। ସମ୍ପୃକ୍ତ ତହସିଲ୍ଦାର୍ଙ୍କୁ ମଧ୍ୟ ହାଜତକୁ ନିଆଯାଇଥିବା କଥା ‘ଏସିବି’ର ଜଣେ ଅଧିକାରୀ କହିଛନ୍ତି।
ସମ୍ପ୍ରତି ‘ଏସିବି’ ଅଧିକାରୀମାନେ ଏହି ଘଟଣାର ତଦନ୍ତ ଚଳାଇଛନ୍ତି ବୋଲି ଜଣାପଡ଼ିଛି।
Follow Us