ବାଇବେଲ ଜଳାଇବାକୁ ଅନୁମତି ମିଳିଥିଲା, କିନ୍ତୁ ଜଳାଇଲେନି

Advertisment
ବାଇବେଲ ଜଳାଇବାକୁ ଅନୁମତି ମିଳିଥିଲା, କିନ୍ତୁ ଜଳାଇଲେନି

ଷ୍ଟକହୋମ୍ : ମୁସଲମାନଙ୍କ ପବିତ୍ର ଧର୍ମଗ୍ରନ୍ଥ କୋରାନର ଏକ କପି ପୋଡ଼ିଯିବାକୁ ନେଇ ସାରା ବିଶ୍ବରେ ଉତ୍ତେଜନା ଓ ପ୍ରତିବାଦ ଜାରି ରହିଛି । ଏହି ଘଟଣାର ଜବାବରେ ଷ୍ଟକହୋମରେ ଜଣେ ମୁସଲମାନ ବ୍ୟକ୍ତି ବାଇବେଲ ଏବଂ ଇହୁଦୀଙ୍କ ପବିତ୍ର ପୁସ୍ତକ ଜାଳିବା ଏବଂ ଏକ ସାଧାରଣ ସଭା ଆୟୋଜନ କରିବାକୁ ଅନୁମତି ମାଗିଥିଲେ। ଏହାକୁ ମଧ୍ୟ ଅନୁମୋଦନ ମିଳିଥିଲା, ଯାହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା । କିନ୍ତୁ ଶେଷ ମୂହୂର୍ତ୍ତରେ ସଂପୃକ୍ତ ଯୁବକ ନିଜର ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ ଓ କୌଣସି ପବିତ୍ର ପୁସ୍ତକ ପୋଡ଼ି ଦିଆଯାଇନଥିଲା । ଫଳରେ ଆଉ ଏକ ଦୁର୍ଭାଗ୍ୟଜନକ ଘଟଣା ହେଉ ହେଉ ରହିଗଲା ।

ଅହମ୍ମଦ ଆଲୁଶ ଷ୍ଟକହୋମରେ ଥିବା ଇସ୍ରାଏଲ ଦୂତାବାସ ସମ୍ମୁଖରେ ତୋରାହ ଏବଂ ବାଇବେଲ ଜାଳିବା ପାଇଁ ଅନୁମତି ମାଗିଥିଲେ, କିନ୍ତୁ ଶନିବାର ସେ ତାଙ୍କ ଯୋଜନାରୁ ଓହରି ଯାଇଥିଲେ ଏବଂ  ଜଳାଇନଥିଲେ । ତେବେ ସେ ଏସବୁ ପବିତ୍ର ପୁସ୍ତକର ଅପମାନକୁ ବିରୋଧ କରିଥିଲେ ।

ଏହା ପୂର୍ବରୁ ସ୍ୱିଡେନ ପୋଲିସ ନିଶ୍ଚିତ କରିଥିଲା ଯେ କୂଟନୈତିକ ମିଶନ ବାହାରେ ପବିତ୍ର କୋରାନ ଜାଳିବା ପ୍ରତିବାଦରେ ଶୁକ୍ରବାର ସେମାନେ ଜଣେ ବ୍ୟକ୍ତିଙ୍କୁ ତୋରାହ ଏବଂ ବାଇବେଲ ଜାଳିବାକୁ ଅନୁମତି ଦେଇଛନ୍ତି। ତେବେ ଅଲ ଜଜିରାର ଏକ ରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ ଅହମ୍ମଦ ଆଲୁଶ ତାଙ୍କ ଯୋଜନାରୁ ଓହରି ଯାଇ ପବିତ୍ର ପୁସ୍ତକର ଅପମାନକୁ ବିରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe