ଜନ୍ମଦିନ ହେଲା ମରଣଦିନ: ସାଙ୍ଗ ସହ ବାହାରକୁ ଯାଇଥିବା ବେଳେ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଜନ୍ମଦିନ ହେଲା ମରଣଦିନ। ଜନ୍ମଦିନ ପାଳନ କରିବାକୁ ଯାଇଥିବା ବେଳେ ହେଲେ ହତ୍ୟାର ଶିକାର। ଦିଲ୍ଲୀର ଗାଜିପୁରରେ ଘଟିଛି ଏଭଳି ଘଟଣା। ମୃତକଙ୍କ ନାମ ବିକାଶ ବୋଲି ଜଣାପଡ଼ିଛି।

New Project (2)

ନୂଆଦିଲ୍ଲୀ: ଜନ୍ମଦିନ ହେଲା ମରଣଦିନ। ଜନ୍ମଦିନ ପାଳନ କରିବାକୁ ଯାଇଥିବା ବେଳେ ହେଲେ ହତ୍ୟାର ଶିକାର। ଦିଲ୍ଲୀର ଗାଜିପୁରରେ ଘଟିଛି ଏଭଳି ଘଟଣା। ମୃତକଙ୍କ ନାମ ବିକାଶ ବୋଲି ଜଣାପଡ଼ିଛି। ବିକାଶ ନିଜ ବନ୍ଧୁ ସୁମିତ୍‌ଙ୍କ ସହିତ ଜନ୍ମଦିନ ପାଳନ କରିବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ବୁଧବାର ରାତିରେ ବନ୍ଧୁ ସୁମିତ୍‌ଙ୍କୁ ଧରି କାର୍‌ରେ ଜନ୍ମଦିନ ପାଳନ କରିବାକୁ ଯାଇଥିଲେ ବିକାଶ। ମୃତକ ବିକାଶ ଏବଂ ତାଙ୍କ ବନ୍ଧୁ ସୁମିତ ପେପର ମାର୍କେଟ ଅଞ୍ଚଳର ଏକ ମଦ ଦୋକାନ ନିକଟରେ ଠିଆ ହୋଇଥିବା ବେଳେ ଦୁଇ ଚକିଆ ଗାଡ଼ିରେ ଥିବା ଜଣେ ବ୍ୟକ୍ତି ତାଙ୍କ ଗାଡ଼ିକୁ ଆସି ଧକ୍କା ଦେଇଥିଲା। ଏହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏଥିରେ ରାଗିଯାଇ ବାଇକ୍‌ ଚାଳକ ଜଣକ ନିଜର ଅନ୍ୟ ବନ୍ଧୁଙ୍କୁ ‌ଫୋନ କରି ଡକାଇଥିଲେ। ଫୋନ କଲ୍ ପାଇ ୬ଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚିବା ପରେ ସୁମିତ୍ ଓ ବିକାଶଙ୍କୁ ମାଡ଼ ମାରିଥିଲେ। ଏହା ପରେ ଅଭିଯୁକ୍ତମାନେ ଦୁହିଁଙ୍କୁ ଛୁରୀରେ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବିକାଶଙ୍କ ମୃତ୍ୟୁ ହୋଇଛି।

ସୁମିତ୍‌ଙ୍କ କହିବା ମୁତାବକ, କିଛି ମାସ ମଧ୍ୟରେ ବିକାଶଙ୍କ ବିବାହ ହେବାର ଥିଲା। ଆମେ ଦୁହେଁ ନୋଏଡାରେ ଏକ ଘରୋଇ ଇନ୍ସୁରାନ୍ସ କମ୍ପାନିରେ କାମ କରୁଥିଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe