ଶସ୍ତାରେ ପିଆଜ ବିକ୍ରୟ କରୁଥିବା କଂଗ୍ରେସ ନେତାଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଲେ ବିଜେପି ସମର୍ଥକ

Advertisment
ଶସ୍ତାରେ ପିଆଜ ବିକ୍ରୟ କରୁଥିବା କଂଗ୍ରେସ ନେତାଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଲେ ବିଜେପି ସମର୍ଥକ

Image Source: Hindustan Times

ଡେରାଡୁନ୍‌: ନୈନିତାଲରେ ପିଆଜ ଦର ବୃଦ୍ଧି ବିପକ୍ଷରେ ପ୍ରତିବାଦ କରି ଶୁକ୍ରବାର ଦିନ ଶସ୍ତାରେ ପିଆଜ ବିକୁଥିବା ଜଣେ କଂଗ୍ରେସ ନେତାଙ୍କର ଆଙ୍ଗୁଠି ଟିପକୁ ଜଣେ ବିଜେପି ସମର୍ଥକ କାମୁଡ଼ି ପକାଇଛନ୍ତି ବୋଲି ଅଭିଯୋଗ ଆସିଛି।

ମନୀଷ ବିସ୍ତ୍‌ ନାମକ ସେ ଲୋକଟି ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି। କିନ୍ତୁ ବିଜେପି କହିଛି କି, ଦଳ ସହ ସେ ଲୋକର କୌଣସି ସମ୍ପର୍କ ନାହିଁ।

କଂଗ୍ରେସର ଜିଲ୍ଲା ସାଧାରଣ ସମ୍ପାଦକ ନନ୍ଦନ ମେହେରା କହିଛନ୍ତି: ପ୍ରତିବାଦକାରୀ ଦଳୀୟ ଲୋକଙ୍କୁ ମନୀଷ ଗାଳିଫଜିତ କରୁଥିଲେ। ସେ ଚୁପ୍‌ କରାଇବାକୁ ଉଦ୍ୟମ କରିବାରୁ ମନୀଷ ତାଙ୍କ ଆଙ୍ଗୁଠିକୁ କାମୁଡ଼ି ପକାଇଲେ।

publive-image Image Source: Indibuzz

ଟିପ ଛିଡ଼ି ଯିବାରୁ ରକ୍ତ ବହିଥିଲା। ଦଳର ଅନ୍ୟ ସଦସ୍ୟମାନଙ୍କ ଠାରୁ ଖବର ପାଇ ପୁଲିସ ବିସ୍ତ୍‍ଙ୍କୁ ଗିରଫ କରିଥିଲା।

କଂଗ୍ରେସ ସେବା ଦଳର ଉପାଧ୍ୟକ୍ଷ ରମେଶ ଗୋସ୍ୱାମୀ କହିଛନ୍ତି, ସହରର ବୁଦ୍ଧ ପାର୍କ ଅଞ୍ଚଳରେ ଦଳର ମହିଳା କର୍ମୀମାନେ କିଲୋପିଛା ୩୦ ଟଙ୍କାରେ ପିଆଜ ବିକ୍ରୟ କରୁଥିବା ବେଳେ ବିସ୍ତ୍‍ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅଶୋଭନୀୟ ଆଚରଣ କରିଥିଲେ। ତେଣୁ ମେହେରା ଯାଇ ହସ୍ତକ୍ଷେପ କରିଥିଲେ।

ହଲ୍‌ଦ୍‌ଓ୍ଵାନି ଥାନାର ଏସ୍‌ଏଚ୍‌ଓ ବିକ୍ରମ ରାଠୋର କହିଛନ୍ତି: ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିସ୍ତ ସେତେବେଳେ ମଦ କିଂବା ନିଶା ଔଷଧ ଖାଇଥିଲେ। ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe